ବ୍ରହ୍ମପୁର ଦକ୍ଷିଣ ଓଡ଼ିଶାର ବାଣିଜ୍ୟ କେନ୍ଦ୍ରର ମୁଖ୍ୟସ୍ଥଳୀ ହେଉଛି ବ୍ରହ୍ମପୁର।ପ୍ରିତି ବର୍ଷ ବ୍ରହ୍ମପୁରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଥାଏ। ସେହିପରି ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଜେଇଏମ ବା ଗୁପ୍ତ ଇଭେଣ୍ଟ ପକ୍ଷରୁ ତୃତୀୟ ବାଣିଜ୍ୟ ମେଳା ବା ନେସନାଲ ଟ୍ରେଡ ଫେର ବ୍ରହ୍ମପୁର ଇଞ୍ଜିନରିଙ୍ଗ ସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହେଉଛି। ଏହି ମେଳରେ ଡିସେମ୍ବର ୫ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଳରେ ୧୦ ଗୋଟି ଦେଶ ଓ ୨୨ଗୋଟି ରାଜ୍ୟର ୧୦,୦୦,୦୦୦ ରୁ ଉର୍ଦ୍ଧ ଉତ୍ପାଦନ ଦ୍ରବ୍ୟ ସ୍ଥାନ ପାଇବ।ଦ୍ରବ୍ୟ ଗୁଡିକ ମଧ୍ୟରେ ରହିଛି ଇରାନ ଖଜୁରୀ, ଥାଇଲାଣ୍ଡ ଅଳଙ୍କାର, ଉତ୍ତର ପ୍ରଦେଶ ର ଚମଡ଼ା ଦ୍ରବ୍ୟ, ଭାରତୀୟ ହସ୍ତତନ୍ତ୍ର ଏହି ମେଳାରେ ଜଳପରି ଲୋକ ଙ୍କ ମୁଖ୍ୟ ଆକ୍ରସଣ ରହବ ବୋଲି ଗୁପ୍ତା ଇଭେଣ୍ଟ ମେନେଜମେଣ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି।

