ସାନଖେମୁଣ୍ଡି : (ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା” ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳିଥିବା ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଜଣାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶିବରାମ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଉକ୍ତ ସଚେତନତା ଶିବିରରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷ୍ୟ ସିମାଞ୍ଚଳ ପାତ୍ର, ଗୋଷ୍ଟି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ଓ ଉପାଧ୍ୟକ୍ଷା ରିଙ୍କି ନାହାକ ଜିଲ୍ଲାପରିଷଦ ଅମିନ ପ୍ରଧାନ

, ପାଚିକ ପାଚିକା ସଂଘର ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଓ ଡେଙ୍ଗାଡ଼ି ସମିତି ସଭ୍ୟା ବାସନ୍ତି ପ୍ରଧାନ ପୋଡାମାରୀ ସମିତି ସଭ୍ୟା ପ୍ରତିନିଧି ପରମେଶ୍ୱର ପାତ୍ର ଓ ଅଙ୍ଗନବାଡି ସୁପରଭାଇଜର ପିଇଓ ମଧୁସୂଦନ ବିଷୋୟୀ ଜି ଆର ଏସ ସନ୍ଦ୍ୟାରାଣୀ ସେଠୀ ଯୋଗାଣ ସହାୟକ ବିଦ୍ୟାଧର ପ୍ରଧାନ ସମେତ ବହୁ ପ୍ରଶାସନିକ କର୍ମଚାରୀ ଓ ସାନଖେମୁଣ୍ଡି ବ୍ଲକ ର ସାମ୍ବାଦିକ ମାନଙ୍କୁ ସ୍ନମାନିତ କରାଯାଇଥିଲା ସମସ୍ତ ପଞ୍ଚାୟତ ର ଜନପତିନିଧି ଗଣ ଅଙ୍ଗନବାଡି, ଆଶା କ୍ରମୀ ସିଆରପି, ଏମବିକେ, ଏସଏଚଜି ମହିଳା ଗଣ ଓ ଡେଙ୍ଗାଡ଼ି ପଞ୍ଚାୟତ ର ସମସ୍ତ କ୍ରମୀ ଉପସ୍ଥିତ ଥିଲେ ଏବଂ

ଅଞ୍ଚଳବାସୀ ଉପସ୍ଥିତ ରହି ପଞ୍ଚାୟତର “ଆମ ଓଡ଼ିଶା ନବୀନ ଓଡ଼ିଶା” ମାଧ୍ୟମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୁଜନା ରେ ହୋଇଥିବା ଘର ଯଉ ମାନେ ଚାରି ମାସ ଭିତରେ ଘର କରିଛନ୍ତି ସେମାନଙ୍କୁ ୨୦୦୦୦ ହଜାର ଟଙ୍କା ବୋନସ ର ଗୋଟେ ମାନପତ୍ର ପ୍ରଦାନ କରାଗଲା ଓ ଆଦର୍ଶ ପୋଖରୀ, ବିଭିନ୍ନ ପ୍ରକାରର ମନରେଗା ଯୋଜନା, ମିଶନ ଶକ୍ତି ଗୃହ, ମୋ ସ୍କୁଲ, ବିଭିନ୍ନ ମଠ ମନ୍ଦିରର ବିକାଶ ମୂଳକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଏକ ପୁସ୍ତକ ଜରିଆରେ ଲୋକଙ୍କ ସମ୍ମୁଖରେ ଉନ୍ମୋଚନ କରିଥିଲେ। ବିଭିନ ବିଷୟରେ ବିଡ଼ିଓ ଶ୍ରୀ ମିଶ୍ର ଧାରଣା ପ୍ରଦାନ କରି ନବୀନ ସରକାରଙ୍କ ବିଭିନ୍ନ ଯୋଜନାରେ ନିଜକୁ ସାମିଲ କରାଇବା ପାଇଁ ପରାମର୍ଶ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଡେଙ୍ଗାଡ଼ି ପଞ୍ଚାୟତ କୁନି କୁନି ଛାତ୍ର ଛାତ୍ରୀ ମାନେ ମୁଁ ଭାଗ ନେବି ନବୀନ ଓଡିଶା ଗୀତରେ ପ୍ରଦଶନ କରି ଥିଲେ ଏଇ ଗୀତରେ ଖୁସିହୋଇ ସାନଖେମୁଣ୍ଡି ନିଉ ପ୍ରେସ କ୍ଳବ ତରଫରୁ କିଛି ଆଥିକ ରାଶି ପ୍ରଦାନ କରାଯାଇଥିଲା ତାସହିତ ବିଡ଼ିଓ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମଧ୍ୟ କିଛି ଆଥିକ୍ ରାଶି ପ୍ରଦାନ କରିଥିଲେ ।

ଏବଂ ବିଭିନ୍ନ ଯୋଜନାର ରୂପରେଖକୁ ଷ୍ଟଲ ଖୋଲାଯାଇ ନିଜ ବିଭାଗୀୟ ଯୋଜନାର ବିଷୟରେ ଜନସାଧାରଣକୁ ଅବଗତ କରାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ, ଅଞ୍ଚଳବାସୀ ଉପସ୍ଥିତ ରହି ସଚେତନତା ଶିବିରକୁ ସାଫଲ୍ୟ କରିଥିଲେ ।
ରିପୋର୍ଟର : ରଘୁନାଥ ନାୟକ
