ପୁରୀ,୨୮/୪-ମଙ୍ଗଳବାର ଉତ୍କଳ ଗୌରବ ଶ୍ରୀମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରରେ ପୁରୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି । ଏହି ପୁଣ୍ୟ ତିଥି ଅବସରରେ ସକାଳ ୮ ଘଟିକା ସମୟରେ ସଂଘର କାର୍ଯ୍ୟକର୍ତ୍ତା ମାନେ ସଭାଗୃହରେ ଥିବା ଶ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୁଷ୍ପ ମାଲ୍ୟାର୍ପଣ ପ୍ରଦାନ କରିବା ସହିତ ବିଦ୍ଧିବଦ୍ଧ ଭାବରେ ପୂଜା ଅର୍ଚ୍ଚନା ଓ ମହାପୁରୁଷ ଉତ୍କଳଗୌରବ ଶ୍ରୀ ମଧୁସୂଦନ ଦାସ ଓ ଉତ୍କଳମଣି ଶ୍ରୀ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ସଂଘ ଦ୍ୱାରା ଏକ ରକ୍ତଦାନ ଶିବିର ସଂଘର ସଭାଗୃହରେ ଆୟୋଜନ କରାଯାଇଥିଲା । ଏହି ପରୀପ୍ରେକ୍ଷୀରେ ଅନେକ ଆଇନଜୀବୀ ଭାଇ ଓ ଭଉଣୀ ମାନେ ରକ୍ତଦାନ କରିଥିଲେ। ଏଥିରେ ମୋଟ ୨୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ଓ କାର୍ଯ୍ୟକ୍ରମକୁ ପୁରୀ ଜିଲ୍ଲା ଓକିଲ ସଂଘର ସଭାପତି ପ୍ରେମାନନ୍ଦ ମହାନ୍ତି ଉଦଘାଟନ କରିଥିଲେ ଓ ଏଥିରେ ସଂଘର ସମ୍ପାଦକ ଶରତ କୁମାର ରାୟଗୁରୁ, ଉପସଭାପତି ପ୍ରଦୀପ କୁମାର ଦାସ, ଯୁଗ୍ମ ସମ୍ପାଦକ ତପନ କୁମାର ବାରୀକି, ଅସୀମ କୁମାର ବାନାର୍ଜୀ ଓ ସୋମନାଥ ରଣା ଉପସ୍ଥିତ ଥିଲେ ଓ ସଂଘର କାର୍ଯ୍ୟକାରୀ ସଦସ୍ୟ ଦେବାଶିଷ ଦାଶ, ବିଜୟ କୁମାର ସାହୁ, କର୍ଣ୍ଣବୀର ମହାପାତ୍ର, ନମିତା ସାମଲ ଓ ଶିବାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଲନା କରିଥିଲେ । କାର୍ଯ୍ୟକ୍ରମର ପରିସମାପ୍ତିରେ ସଂଘର କାର୍ଯ୍ୟକର୍ତ୍ତା ମାନେ ରକ୍ତଦାନ କରିଥିବା ସମସ୍ତ ଆଇନଜୀବୀ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ଓ ସନ୍ଧ୍ୟା ସମୟରେ ସଂଘର ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ସହିତ ପୁରସ୍କାର ବିତରଣ, ସାଂସ୍କୃତିକ କାର୍ଯକ୍ରମ ଓ ପ୍ରୀତି ଭୋଜନର ଆୟୋଜନ କରାଯାଇଛି ।
