ଧରାକୋଟ 29/1/24
ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଦ୍ଵାରା ଜାତୀୟ ମତଦାତା ଦିବସ ପାଳନ ଅବସରରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧରାକୋଟ ବ୍ଲକର ସୁନାମୋହି 69 ନମ୍ବର ବୁଥ ରେ ନୂତନ ଭୋଟର ଙ୍କ ନାମ ସଂଯୋଗ,ମୃତ ଭୋଟର ଙ୍କ ନାମ ବିୟୋଗ ସର୍ବୋପରି ସମାନୁପାତିକ ଭାବେ ମହିଳା ଭୋଟର ମାନଙ୍କ ନାମ ସଂଯୋଗ ପାଇଁ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବୁଥ ଲେବୁଲ ଅଫିସର ଭାବରେ ବନ୍ଦନା ସ୍ୱାଇଁ ପୁରସ୍କୃତ ହୋଇଛନ୍ତି । ସଂପୃକ୍ତ ବୁଥରେ ପୁରୁଷ ଭୋଟର ଆଗରୁ ଅଧିକ ରହିଥିବା ବେଳେ ବର୍ତ୍ତମାନ ନୂତନ ଭାବରେ ମହିଳା ଭୋଟର ମାନଙ୍କୁ ଯୋଡିବା ପରେ ଉଭୟ ହାର ସମାନୁପାତିକ ହୋଇଛି । ଧରାକୋଟ ବ୍ଲକର 111 ଜଣ ବି ଏଲ ଓ ଙ୍କ ମଧ୍ୟରୁ ଭୋଟର ତାଲିକା ସଂଶୋଧନ ରେ ଉଲ୍ଲେଖନୀୟ ଅବଦାନ ପାଇଁ 11 ଜଣ ବି ଏଲ ଓ ବନ୍ଦନା ସ୍ୱାଇଁ,ସ୍ୱାଗତିକା ପଟ୍ଟନାୟକ, ଜ୍ୟୋତ୍ସ୍ନା ରାଣୀ ପାଣିଗ୍ରାହୀ, ଟୁନି ସାହୁ,ସଂଘମିତ୍ରା ଗୌଡ଼, ରିତା ପାଣିଗ୍ରାହୀ, ରୀନା କୁମାରୀ ଦାସ, ମଞ୍ଜୁଳା କୁମାରୀ ରଥ,ପିଙ୍କି ପାଢ଼ୀ,ସୁନୀତା ସାହୁ ଓ ପ୍ରିୟାଜିନୀ ସାହୁ ଙ୍କ ସମେତ ଦୁଇଜଣ ସୁପରଭାଇଯର ଶୁଶାନ୍ତ କୁମାର ସାହୁ ଓ ରଞ୍ଜନ କୁମାର

ନାୟକଙ୍କୁ ବ୍ଲକ ପ୍ରଶାସନ ତରଫରୁ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ବି ଡି ଓ ଡେନିସ ବେହେରା,ତହସିଲଦାର ଲମ୍ବୋଦର ମାରାଣ୍ଡି, ଏ ବି ଡି ଓ ସୁଶୀଲ ପଟନାୟକ ଓ ନିର୍ବାଚନ ପରିଚାଳନା ସହଯୋଗକାରୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ପ୍ରଧାନ ଙ୍କ ଉପସ୍ଥିତିରେ ସମସ୍ତଙ୍କୁ ପୁରସ୍କୃତ କରିଥିବା ବେଳେ ଜିଲ୍ଲା ସ୍ତରରେ କୃତିତ୍ୱ ଅର୍ଜନ କରିଥିବା ବନ୍ଦନା ସ୍ବାଇଁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ପକ୍ଷରେ ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଭୋଟର ତାଲିକା ସୁଧିକରଣ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ
ବି ଡି ଓ ଡେନିସ ବେହେରା ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଙ୍କ ଦ୍ଵାରା ପୁରସ୍କୃତ ହୋଇଛନ୍ତି।
