You are currently viewing ଗଂଜେଇ ଜବତ ସହ ଦୁଇ ଜଣକୁ ଗିରଫ କଲାକୋଦଳା ପୋଲିସ
ଗଂଜେଇ ଜବତ ସହ ଦୁଇ ଜଣକୁ ଗିରଫ କଲାକୋଦଳା ପୋଲିସ

କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଥାନା କୋଦଳା ମୁଖ୍ୟ ରାସ୍ତା ନିକଟରୁ ଗଂଜେଇ ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କୋଦଳା ପୋଲିସ । ଗିରଫ ବ୍ୟକ୍ତି ହେଲେ ଜେ. ଛଚିନା ଗ୍ରାମର ଗେଡା ପାଣ୍ଡି ଙ୍କ ପୁଅ ଚିତ୍ରସେନ ପାଣ୍ଡି ଓ ସନ୍ତୋଷ କୁମାର ପାଣ୍ଡି । ସେମାନେ ଗଂଜେଇ ବସ୍ତା ରେ ନେଉଥିବା ସମୟରେ ପୋଲିସ ଗିରଫ କରିଛି । 81କେଜି 900 ଗ୍ରାମ ଗଂଜେଇ ଜବତ କରିବା ସହ ଚାଲାଣ ହେଉଥିବା କାର ନମ୍ବର OD 02 CM 2906 କୁ ଜବତ କରିଛି । କୋଦଳା ଥାନା କେଶ ନମ୍ବର 611/2025 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।