ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ର ଶିକୁଳା ଓ ଚିଙ୍ଗୁଡ଼ି ଘାଇ ର ଦୁଇଟି ରାସ୍ତାର ଶିଳାନ୍ୟସ କଲେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ପ୍ରାୟ 7,କୋଟି ଟଙ୍କା ବ୍ୟୟ ରେ ଶିକୁଳା ଠାରୁ ଠାରୁ ସମା, ଓ ଚିଙ୍ଗୁଡ଼ି ଘାଇ ଠାରୁ ଭେଜିପୁଟ ଭାୟା ଧୋବା ପଲି ପର୍ଯ୍ୟନ୍ତ ଦୁଇ ଗୋଟି ଆରଡ଼ି ରାସ୍ତା ର ଶିଳାନ୍ୟାସ କରାଯାଇଛି | ଏହା ଦ୍ୱାରା ବହୁ ଜନସାଧାରଣ ଙ୍କ ଯାତାୟାତ ରେ ସୁବିଧା ହୋଇ ପାରିବ |।

କବିସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଳକର ଶିକୁଳା ଠାରୁ ସମା ରାସ୍ତା ନିମନ୍ତେ ଆରଡ଼ି ବିଭାଗ ପକ୍ଷରୁ ତିନିକୋଟି ଅଠର ଲକ୍ଷ ସତାଅସି ହଜାର ଟଙ୍କା ବ୍ୟୟ ଅଟକଳ ରେ ଏହିଉନ୍ନତି କରଣ ରାସ୍ତା କାମ କରାଯିଵା ନିମନ୍ତେ ଟେଣ୍ଡର କରାଯାଛି | ଏବଂ ଚିଙ୍ଗୁଡ଼ି ଘାଇ ଠାରୁ ଭେଜିପୁଟ ଭାୟା ଧୋବାପଲି ପର୍ଯ୍ୟନ୍ତ ରାସ୍ତା ନିମନ୍ତେ ତିନିକୋଟି ନ ଲକ୍ଷ ତିନି ହଜାର ଟଙ୍କା ବ୍ୟୟ ବରାଦ ହୋଇଛି | ଯାହାକୁ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଶିଳାନ୍ୟସ କରିଛନ୍ତି | ଏହିରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥା ରେ ରହିଥିବାରୁ ଓ ଯାତାୟାତ ରେ ଘୋର ଅସୁବିଧା ହେଉଥିବାର ଲକ୍ଷ କରି ରାସ୍ତା ଦ୍ୱାରା ଲୋକଙ୍କ ଗମନା, ଗମନ ଏବଂ କମ ରାସ୍ତାରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚି ପାରିବା ଭଳି ବ୍ୟବସ୍ତା କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ବିଧାୟକ ଙ୍କ ସହ ଯୁବନେତା ସୀତାରାମ ପାଣିଗ୍ରାହୀ, ବିଧାୟକ ପ୍ରତିନିଧି ମନୋଜ ଦାସ, ଗାଁର ନେତା ପ୍ରଶାନ୍ତ କୁମାର ଚର୍ଚ୍ଚି, ବହୁ ବିଜେପି ନେତା, କର୍ମୀ,ଏମ୍ବିକେ, ସିଆରପି, ମହିଳା ସଙ୍ଘ, ଓ ସ୍ଥାନୀୟ ଜନସାଧାରଣ, ବିଭଗୀୟ କନିଷ୍ଟ ଯନ୍ତ୍ରୀ ଲୋକନାଥ ନାୟକ ଓ ଠିକାଦାର ଶ୍ରୀମତୀ ସୁଚିତ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |
