You are currently viewing ଓଡିଶା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର
ଓଡିଶା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଆଲୋଚନା ଚକ୍ର

ଚକାପାଦ : 20/1 ଶଙ୍କରାଖୋଲ ଠାରେ ଥିବା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଠାରେ ” ନୂଆ ଓ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ସାହିତ୍ୟ ପରିଷଦ ର ଶ୍ରୀ ଯୁକ୍ତ ଯୁଧିଷ୍ଠିର ମହାନ୍ତି,ସମ୍ମାନିତ ଅତିଥି କୃପାସିନ୍ଧୁ ପଟ୍ଟନାୟକ,ମୁଖ୍ୟ ବକ୍ତା ଜଗନ୍ନାଥ ସଂସ୍କୃତି ପରିଷଦ ର ଶ୍ରୀମତୀ ପ୍ରଣତି ତ୍ରିପାଠୀ,ସାମ୍ବାଦିକ ବାଳକୃଷ୍ଣ କହଁର ଯୋଗଦେଇଥିଲେ ! ଏଥିରେ ଜିଲ୍ଲା ର ସୁନାମ ଧନ୍ୟ କୁଇ କବି ଓ ଲେଖକ ମାନଙ୍କ ମଧ୍ୟ ରୁ ଦୀନବନ୍ଧୁ କହଁର,ଗଣପତି କହଁର, ବୀରେନ୍ଦ୍ର କହଁର, ଅଶୋକ କହଁର, ବିଶ୍ୱମ୍ବର ପ୍ରଧାନ, ଉତ୍ତମ କହଁର, ଭୀମସେନ କହଁର ଙ୍କ ସହ ସମସ୍ତମାନ୍ୟ ଗଣ୍ୟ କବି ମାନେ ଯୋଗଦେଇ ଥିଲେ ! କଣ ଅନୁକୋଣ ରୁ କବି ମାନେ ଆସି ସେମାନଙ୍କ ମତ ରଖିବା ସହ ସୃଜନ ସାହିତ୍ୟ ଶିଳତା ବାବଦରେ ନିଜସ୍ୱ ଗୀତ ଓ ଜଗନ୍ନାଥ ସଂସ୍କୃତି ର କବିତା ପଠନ କରିବା ସହ କୁଇ ଗୀତ ଗାନ କରିଥିଲେ ! ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଅଧକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କୋଡିନେଟର ବରିଷ୍ଠ ଅଧ୍ୟାପକ ଶ୍ରୀ ଯୁକ୍ତ ରାମକୃଷ୍ଣ ମହାନ୍ତି ପରିଚଳନା କରିଥିଲେ ! ଏହି ଆଲୋଚନା ଚକ୍ର କୁ କବୟିତ୍ରୀ ପ୍ରଣତି ତ୍ରିପାଠୀ ଓ କବି ପ୍ରଦୀପ କହଁର ସଂଯୋଜନା କରିଥିଲେ ! କାର୍ଯ୍ୟକ୍ରମ ରେ ଜିଲ୍ଲା ରୁ 50 ରୁ ଉର୍ଦ୍ଧ ସାହିତ୍ୟିକ ଓ କବି କବୟିତ୍ରୀ ଯୋଗଦେଇ ଥିବାବେଳେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହିଥିଲେ ! ଏଥିରେ ସାହିତ୍ୟ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା କବି ଓ ଛାତ୍ର ଛାତ୍ରୀ ମାନ ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ଦିଆଯାଇଥିଲା ! ଶେଷରେ ବରିଷ୍ଠ ଅଧ୍ୟାପକ ବାବୁଲା ପଟ୍ଟଯୋଶୀ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ଦେଇଥିଲେ !