ଭଞ୍ଜନଗର,୩୦/୦୯ : ଭଞ୍ଜନଗର କେ ଏସ ୟୁ ବି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ସୁବାଷ ଚନ୍ଦ୍ର ପ୍ରଧାନଙ୍କ ସୋମବାର ଅପରାହ୍ନରେ ଦେହାନ୍ତ ଘଟିଛି। ସ୍ୱର୍ଗତ ପ୍ରଧାନ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ପ୍ରାୟ ୨୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଥିଲେ। ଗତ ୨୦୨୧ ମସିହା ଫେବୃଆରୀ ରୁ ୨୦୨୨ ଜୁନ୍ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଦାୟିତ୍ୱରେ ରହି ଅବସର ନେଇଥିଲେ । ଏହାପରେ ସେ ତାଙ୍କର ଭଞ୍ଜନଗର ସହରତଳି ଲଣ୍ଡେଇ ସାହି ବାସଭବନରେ ରହୁଥିଲେ। ସୋମବାର ସକାଳେ ସ୍ୱର୍ଗତ ପ୍ରଧାନ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଦେହାନ୍ତ ହୋଇଛି। ସେ ଛାତ୍ରଛାତ୍ରୀଙ୍କ ପ୍ରିୟ ଅଧ୍ୟାପକ ଥିଲେ। ଏଥିସହ ସମସ୍ତ କର୍ମଚାରୀଙ୍କ ମଧ୍ୟ ପ୍ରିୟ ଥିଲେ। ମୃତ୍ୟୁ ଖବର ଜଣାପଡିବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ରିପୋର୍ଟ ପପୁ ପ୍ରଧାନ
