ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ କୁମ୍ଭାରଗାଁ ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର ତଥା ବେଗୁନିଆପଡ଼ା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ଶତପଥି,ସରପଞ୍ଚ ରଶ୍ମିତା ବେହେରା, ସମିତି ସଭ୍ୟ ସତୀଶ ରଞ୍ଜନ ତାରିଣୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ବେଗୁନିଆପଡ଼ା ଥାନା ଏସ ଆଇ ଜଗଦୀଶପଣ୍ଡା , ସି ଡି ପି ଓ ନୀଳିମା ଟପ୍ପୋ, ରାହାଡା ସ୍ୱାସ୍ଥ୍ୟ ଅଧିକାରୀ ମନୋଜ କୁମାର ସାହୁ , ଜଳ ଓ ପରିମଳ ସହକାରୀ ଯନ୍ତ୍ରୀ ମମତା ପଣ୍ଡା, ଯନ୍ତ୍ରୀ ଶୁଭଶ୍ରୀ ମହାରଣା, ଭାରପ୍ରାପ୍ତ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀ ଦୁର୍ଗା ପ୍ରସାଦ ପଣ୍ଡା,ଯୋଗାଣ ଅଧିକାରୀ ବାଦଲ କୁମାର ବେହେରା , କୃଷି ଅଧିକାରୀ ରାମ ଲାଲ ସାମଦ, ଉଦ୍ୟାନ ଅଧିକାରୀ ସୁଭାଶିଷ ପାତ୍ର, କନିଷ୍ଠ ଯନ୍ତ୍ରୀ ନବୀନ ମାଝୀ, ପି ଇ ଓ ପୂର୍ଣ୍ଣ ଚନ୍ଦ୍ର ବଡମୁଣ୍ଡି, ଵି ଏଫ ଟି ରବୀନ୍ଦ୍ର କୁମାର ସାହୁ, ମୃତ୍ତିକା ସଂରକ୍ଷଣ ବିଭାଗ ଅଧିକାରୀ, କ୍ଷୁଦ୍ର ଜଳସେଚନ ବିଭାଗ ଅଧିକାରୀ,ମତ୍ସ୍ୟ ଓ , ବିଦ୍ୟୁତ୍ ବିଭାଗ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ଅଭିଯୋଗ ଶୁଣାଣୀ କରିଥିଲେ । ଏଥିରେ ୱାର୍ଡ ସଭ୍ୟ ଓ ଅନ୍ୟ ମାନେ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ସମୁଦାୟ 18 ଗୋଟି ଅଭିଯୋଗ ହୋଇଥିଲା ।
