You are currently viewing ପ୍ରତାପୁର ତୁମ୍ବେଶ୍ୱର ପୀଠରେ ପ୍ରବାହିତ ଋଷିକୁଲ୍ୟା ନଦୀର ଦୂଷିତ ପରିବେଶରେ କଉଡ଼ିଆଙ୍କ ଜଳ ଉଠାଣ
ପ୍ରତାପୁର ତୁମ୍ବେଶ୍ୱର ପୀଠରେ ପ୍ରବାହିତ ଋଷିକୁଲ୍ୟା ନଦୀର ଦୂଷିତ ପରିବେଶରେ କଉଡ଼ିଆଙ୍କ ଜଳ ଉଠାଣ

ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପୁର ଠାରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଙ୍କ ଦ୍ୱାରା ଗଙ୍ଗାନଦୀ ଠାରୁ ଏକ ହଜାର ବର୍ଷ ରେ ବଡ଼ ଋଷିକୂଲ୍ୟା ନଦୀରେ ଭାସି ଆସୁଥିବା ଲାଉତୁମ୍ବ କୁ ପୂଜା କରି ତୁମ୍ବେଶ୍ୱର ନାମ ରେ ନାମିତ କରିଥିଲେ |

ଏବଂ ସେହି ପୀଠ ସମ୍ମୁଖରେ ଉତ୍ତର ବାଙ୍କ ହୋଇ ପ୍ରବାହିତ ଋଷିକୁଲ୍ୟା ନଦୀରୁ ଓଡ଼ିଶାର କୋଣ ଅନୁକୋଣ ରୁ ଦଳ, ଦକ ହୋଇ କାଉଡିଆ ମାନେ ଆସି, ସ୍ନାନ, ସୁଦ୍ଧହୋଇ, ବ୍ରାହ୍ମଣ ଙ୍କ ଦ୍ୱାରା ବାଲିରେ ଶିବଲିଙ୍ଗ କରି ନୀତିନିୟମ ଅନୁସାରେ ରେ ପୂଜାର୍ଚନା, ହୋମ କର୍ମ କରି ନଦୀରୁ ପାଣିଧରୀ ଓଦା ବସ୍ତ୍ରରେ ତୁମ୍ବେଶ୍ୱର ପୀଠକୁ ଆସି ଥାନ୍ତି | ମନ୍ଦିର ର ଚତୁର୍ପାଶ୍ୱ ପରିଭ୍ରମଣ କରି ନିଜ ଗନ୍ତବ୍ୟ ସ୍ଥଳକୁ ଖାଲି ପାଦରେ ଚାଲି, ଚାଲି ବହୁତ ଦୂର ଦୁରାନ୍ତ ବିଭିର୍ଣ୍ଣ ଜିଲ୍ଲା କୁ ଯାଇ ଗାଁ ଶିବ ମନ୍ଦିର ରେ ନିଜର ତଥା ବିଶ୍ୱର ମଙ୍ଗଳ ପାଇଁ ଜଳ ଅଭିଷେକ କରିଥାନ୍ତି | କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଏହିକିଯେ ସେମାନେ ଧରି ଆସୁଥିବା ବିଭିର୍ଣ୍ଣ ପଲିଥିନ ଏବଂ ଅନ୍ୟାନ୍ୟ ବର୍ଜ୍ୟ ଵସ୍ତୁ ସେହି ସ୍ଥାନରେ ପକାଇ ପାଣିଧରୀ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲି ଯାଆନ୍ତି |

କିନ୍ତୁ ତାଙ୍କର କହିବା କଥା ଯେ ସେମାନେ ବହୁତ ଦୁଃଖିତ ଅଟନ୍ତି କାରଣ କମ ସମୟରେ ପାଣି ଧରି ବହୁତ ଦୁରକୁ ଯିବାକୁ ଥିବାରୁ ସେମାନେ ଆଣିଥିବା ବର୍ଜ୍ୟ ବସ୍ତୁକୁ ପୋଡି ପାରୁନାହାନ୍ତି କି ପୋତି ପାରୁନାହାନ୍ତି | ଏହା ଉପରେ ସେମାନ ଙ୍କ ଠାରୁ ଯଦି କିଛି ଅର୍ଥ ପଞ୍ଚାୟତ କିମ୍ବା ସ୍ବେଛାସେବୀ ଆଦାୟ କରି ସୋମବାର ପରେ ମଙ୍ଗଳ ବାର ଏହି ସଫା କାର୍ଯ୍ୟ କରିଥାନ୍ତେ ତେବେ ପରିବେଶ ସଫା ହେବା ସହ ପଞ୍ଚାୟତ ଓ ସ୍ଥାନୀୟ ପୀଠର ବିକାଶ ହେବା ସହ ଆଡ଼ୁଥିବା କାଉଡିଆ ଭକ୍ତମାନେ ମଧ୍ୟ ଉପକୃତ ହୋଇ ପାରିଥାନ୍ତେ | କିନ୍ତୁ ସ୍ଥାନୀୟ ପଞ୍ଚାୟତ ର ଯୁବ ଶିକ୍ଷିତ ସରପଞ୍ଚ ଙ୍କୁ ଆମେ ଏହି ଦୂଷିତ ବାତାବରଣ ଉପରେ ପ୍ରଥମ ସୋମବାର ରେ କହିବାରୁ ତାଙ୍କର ଉତ୍ତର ଶ୍ରାବଣ ମାସ ସରିଲେ ସେ ତାହାକୁ ସଫା କରିବେ |

ଏହି କଥା ଉପରେ ଜନ ସାଧାରଣ ,ଆଇନ ଯିବି, ବରିଷ୍ଟ ନାଗରିକ ମାନେ ଏହି କଥାକୁ ନାପସନ୍ଦ କରିବା ସହ ପଞ୍ଚାୟତ ର ଅର୍ଥ ନଚେତ ବିଡ଼ିଓ ଙ୍କ ସହ କଥାବାର୍ତ୍ତା କରି ପଞ୍ଚାୟତ ସମିତି ରୁ କିମ୍ବା ସଫା ପାଇଁ ସେମାନଙ୍କ ଠାରୁ ଅର୍ଥ ଆଦାୟ କରି ମଧ୍ୟ ଗୋଟିଏ ସୋମବାର ପରେ ତାହାକୁ ସଫାସୁତୁରା କରିବା କଥା | ଏହାଉପରେ ବିଡ଼ିଓ ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ଅତିରିକ୍ତ ବିଡ଼ିଓ ଙ୍କୁ ପଚାରିବାରୁ ସେ ମନ୍ତବ୍ୟ ଦେଲେ ଯେ ପଞ୍ଚାୟତ ର ଅର୍ଥରୁମଧ୍ୟ ସେମାନେ ପରିବେଶ କୁ କ୍ଲିନ କରିପାରିବେ, ଓ ଯଦି ଅଧିକ ଅର୍ଥ ଦରକାର ପଡୁଛି ତେବେ ଉପଜିଲ୍ଲାପାଳ ନଚେତ ଜିଲ୍ଲା ପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ତାର ବିହିତ ବ୍ୟବସ୍ତା କରିପାରି ବେ | କିନ୍ତୁ ତାହାକୁ ଏପରି ଦୂଷିତ କରି ପକାଯିବ ନାହିଁ | ସରପଞ୍ଚ ଏହି କଥାକୁ ଟିକିଏ ମଧ୍ୟ ଗୁରୁତ୍ୱ ଦେଲେନାହିଁ | ଏହିବର୍ଷ ଦୁଇମାସ ଶ୍ରାବଣ ମାସ ପଡୁଥିବାରୁ ସେହି କୁଢ଼ କୁଢ଼ ଅଳିଆ, ଆବର୍ଜନା ରେ କାଉଡିଆ ମାନେ ପୂଜା ସାରି ପାଣିଧରୀ ନିଜ ଗନ୍ତବ୍ୟ ସ୍ଥଳକୁ ଚାଲି ଯାଉଥିଲେ ମଧ୍ୟ ଏହି ପଞ୍ଚାୟତ ଓ ପୀଠ ପ୍ରତି ତାଙ୍କର ଯେତିକି ଭକ୍ତି ବିଶ୍ୱାସ ରହିବା କଥା ଏହି ଦୂଷିତ ପରିବେଶ ତାଙ୍କ ମନକୁ ବେଶି ଆଘାତ ଦେଇଥିବାର ମଧ୍ୟ ସେମାନେ କହିଛନ୍ତି | ତେବେ କାଲିକି ସରିବ ଏହିବର୍ଷର 60ଦିନର କଉଡ଼ିଆଙ୍କ ଜଳ ଉଠାଣ କାର୍ଯ୍ୟ | ତେବେ ଏହି ଦୂଷିତ ପରିବେଶ କୁ ସଫା ସୁତୁରା କରି ଆମ ବ୍ଲକ ଏବଂ ସେହି ପଞ୍ଚାୟତ, ଯେତିକି ଗର୍ବିତ ହେବାକଥା ତାହା କଥାରେ ରହିଗଲା | ଗାଁ ପରିମଳ ଧୋବା ତୋଠ ରୁ ଜଣା ପଡିଲା ଭଳି ଏହି ଗାଁ ମଧ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ମନରେ ସବୁଦିନ ପାଇଁ ମନେ ରହିଗଲା |

ଖାଲି ଆମେ ସେହି ଦୂଷିତ ପରିବେଶ ସେମାନଙ୍କ ପାଇଁ ସଫା କରିବା ତାହାନୁହଁ, ତାହାଦ୍ୱାରା ସେହି ଗାଁ ପ୍ରତି କେତେ ନକରାତ୍ମକ ବାତାବରଣ ସୃଷ୍ଟି ହେବାସହ ଦୁର୍ଗନ୍ଦ, ପରିବେଶ, ରୋଗ ସୃଷ୍ଟି ହୋଇ ଲୋକମାନଙ୍କୁ ଗ୍ରାସ କରୁଥିବ ତାହା ସରପଞ୍ଚ ବୁଝିବା କଥା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି

ରିପୋର୍ଟ ପ୍ରସନ୍ନ କୁମାର ଦାସ