ଗଜପତି ଜିଲ୍ଲା ୦୯/୧୨ ପାରଳାଖେମୁଣ୍ଡିରେ ଆନ୍ତର୍ଜତୀୟ ମାନବ ଅଧିକାର ରକ୍ଷକ ପ୍ରତିଷ୍ଠା ଦିବସ ଅନୁଷ୍ଠାନର ମୁଖ୍ୟ ଜିଲ୍ଲା କାର୍ଯ୍ୟାଳୟରେ ପାଳିତ ହେଲା । ଏହି କାର୍ଯ୍ୟଟିକୁ ଆନୁଷ୍ଠାନିକ ଭାବେ ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଗଜପତି ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ କୌଳାସ ଚନ୍ଦ୍ର ଗୌଡ଼ ପରିଚାଳନା କରିବା ସହ ଏହି ଅନୁଷ୍ଠାନ କେବେ ଓ କାହିକି ପ୍ରତିଷ୍ଠା କରାଯାଇଥିଲା ଏବଂ ଏହି ଅନୁଷ୍ଠାନର ମୂଳ ଲକ୍ଷ କ’ଣ ଏ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନର ଜିଲ୍ଲା ମହିଳା ସଭାପତି ଶ୍ରୀ ମତୀ ଅରୁଣିମା ସାହୁ ଉପସ୍ଥିତି ରହି ଲୋକଙ୍କ ସମସ୍ୟା ଏବଂ ଅଧିକାର ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ମାନବ ଅଧିକାର ରକ୍ଷକ ଅନୁଷ୍ଠାନର କଷାଦକ୍ଷ ସୁଶାନ୍ତ ମାଳି, ମହେଶ୍ୱର ମାଳି, ଉପସଭାପତି ଲକ୍ଷ୍ମୀକାନ୍ତ ପାତ୍ର, ସୁଶାନ୍ତ ପ୍ରଧାନ ଏବଂ ଅନେକ କର୍ମୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତରହି ଏହି କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି। ବାକ୍ ସ୍ୱାଧୀନତା, ଭୟମୁକ୍ତ ଜୀବନ ସହ ଦାରିଦ୍ର୍ୟ ଦୂରୀକରଣ ଭଳି ଅନେକ ମୂଲ୍ୟବାନ୍ ମାନବ ସପକ୍ଷବାଦୀ ଅଧିକାର ଉପଭୋଗ କରିବାକୁ ସକ୍ଷମ ହେଲେ। ସେହି ସ୍ମୃତିରେ ପ୍ରତିବର୍ଷ ମାନବାଧିକାର ଦିବସ ପାଳନ କରାଯାଉଛି। ଜାତି,ଧର୍ମ , ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷ ସମାନ। ପ୍ରତ୍ୟେକ ବର୍ଗର ମଣିଷ କିଭଳି ଭାବେ ସମାନ ଅଧିକାର ପାଇପାରିବେ ଏହି ମାନବ ଅଧିକାର ରକ୍ଷକ ପ୍ରତିଷ୍ଠା ଦିବସରେ ପାଳନର ଏହା ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ମଣିଷ ଭଳି ବଞ୍ଚିବା ଓ ମର୍ଯ୍ୟାଦାର ସହ ବଞ୍ଚିବା, ଏହା ହେଉଛି ମାନବାଧିକାରର ମୂଳମନ୍ତ୍ର।ବର୍ତ୍ତମାନ ପରିସ୍ଥିତିରେ ମାନବାଧିକାର ବେଶ୍ ପରିବ୍ୟାପ୍ତ ହୋଇଛି । ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବେଶ ଭଳି କ୍ଷେତ୍ରରେ ମାନବାଧିକାର ଉପରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏହାସତ୍ତ୍ବେ ମଧ୍ୟ ମାନବାଧିକାର ଉଲ୍ଲଂଘନ କମୁନାହିଁ। ଜାଣତରେ ହେଉ ବା ଅଜାଣତରେ ମାନବାଧିକାରର ଉଲ୍ଲଂଘନ ହେଉଛି। କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି। ଆଜି ବି ମାନବ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାମାଜିକ ଏବଂ ଅର୍ଥନୈତିକ ଅସମାନତାର ଶିକାର ହେଉଛି। ତେଣୁ ଏନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ। ଅନେକ କ୍ଷେତ୍ରରେ ଏଥିପାଇଁ ଲୋକଙ୍କୁ ନ୍ୟାୟ ମିଳିପାରୁଥିବାବେଳେ ଅନେକଙ୍କୁ ଏଥିରେ ନ୍ୟାୟ ପାଇବାରେ ବିଳମ୍ବ ହେଉଛି। ଏହି ଦିବସ ଅବସରରେ କର୍ମଶାଳା, ବୈଠକ ଏବଂ ପ୍ରଦର୍ଶନୀ ଆୟୋଜନ କରାଯାଇ ମାନବାଧିକାର ଉପରେ ଚର୍ଚ୍ଚା କରାଯାଏ।
