You are currently viewing ଅସୁରକ୍ଷିତ ଗୁଡ଼ିପଦର ସାହି ସ୍କୁଲର ଛାତ୍ର ଛାତ୍ରୀ!
ଅସୁରକ୍ଷିତ ଗୁଡ଼ିପଦର ସାହି ସ୍କୁଲର ଛାତ୍ର ଛାତ୍ରୀ!

ବେଗୁନିଆପଡା, ():ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ ର ହଂସତୁଳୀ ଗୁଡ଼ିପଦର ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବେ ଅସୁରକ୍ଷିତ ! ଏକ ପାହାଡ଼ ପାଦ ଦେଶରେ ନିର୍ମିତ ଏହି ବିଦ୍ୟାଳୟରେ ପାଚେରୀ ଟିଏ ନଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି | ଜଙ୍ଗଲ ଜନ୍ତୁ,ସାପ, ବୁଲା ଗାଈ ଗୋରୁ ଙ୍କ ଅବାଧ ପ୍ରବେଶ ଫଳରେ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ଦୃଷ୍ଟି ଗୋଚର ହୋଇଛି | ଏ ନେଇ ଆମେ ବେଗୁନିଆପଡା ବିଡିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କ ଯୋଗାଯୋଗ କରିବାରେ ଏହି ବିଦ୍ୟାଳୟ ର ଆନୁସଙ୍ଗିକ ଆବଶ୍ୟକତା ପ୍ରତି ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି | ବେଗୁନିଆପଡା ଶିକ୍ଷାଅଧିକାରୀ ରୁଦ୍ର ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରିବାରେ ସେ ମଧ୍ୟ ଏହାକୁ ଦୃଷ୍ଟି ଦେବେ ବୋଲି ଜଣାଇଛନ୍ତି | ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ସ୍ୱାଇଁ ଙ୍କ କହିବାନୁଯାୟୀ ବିଦ୍ୟାଳୟ ର ପାଚେରୀ ନିର୍ମାଣ ନ ହେଲେ ଛାତ୍ର ଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି | ତେଣୁ ବିଭାଗୀୟ କର୍ତୃପକ୍ଷ ଏହା କୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି |
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।