You are currently viewing ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ସାନଖେମୁଣ୍ଡି, 16/11: ପ୍ରେସ କ୍ଲବ ସାନଖେମୁଣ୍ଡି ପକ୍ଷରୁ ଜାତୀୟ ପ୍ରେସ ଦିବସ ବ୍ଲକ ସମ୍ମିଳନୀ କକ୍ଷ୍ୟ ରେ ପାଳିତ ହୋଇଯାଇଛି। ଏହି ଅବସର ରେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖଲିଙ୍ଗି ପଞ୍ଚାୟତ ସରପଞ୍ଚ ଅର୍ଣ୍ଣବ ନାୟକ ,ବରିଷ୍ଠ ସାମ୍ବାଦିକ ତଥା କବି ବିନାୟକ ଦାଶ ଯୋଗଦେଇଥିଲେ। ପ୍ରେସ କ୍ଲବ ସାନଖେମୁଣ୍ଡି ସଭାପତି ପଦ୍ମଲୋଚନ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଜଗତର ଠାକୁର ପ୍ରଭୁ ଜଗନ୍ନାଥଙ୍କ ତୈଳିକ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରେସ କ୍ଲବ ପକ୍ଷରୁ ମୁଖ୍ୟ ଅତିଥି ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିନାୟକ ଦାଶ,ସରପଞ୍ଚ ଅର୍ଣ୍ଣବ ନାୟକ ଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ସାମ୍ବାଦିକ ପଦ୍ମଲୋଚନ ପାଣିଗ୍ରାହୀ ଅତିଥିଙ୍କ ପରିଚୟ ଦେଇ ଗ୍ରାମ୍ୟ ଭିତ୍ତି ଭୂମିର ବିକାଶ ଓ ଗଣମାଧ୍ୟମ ଭୂମିକା ବିଷୟରେ ଆଲୋଚନା କରିଥିଲେ। ଏହାପରେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ଓ ସାଧାରଣ ଜନତାଙ୍କ ଅଭିଯୋଗ କୁ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ରହିଥିବା ନେଇ ବକ୍ତବ୍ୟ ରେ ଆଲୋଚନା କରିଥିଲେ।

ପ୍ରେସ୍ କ୍ଳବ୍ ସମ୍ପାଦକ ସନ୍ତୋଷ କୁମାର ଦାଶ ସାଂପ୍ରତିକ ସ୍ଥିତିରେ ଗଣମାଧ୍ୟମରେ ନିରପେକ୍ଷ ସମ୍ବାଦ ପରିବେଷଣ ସହ ସାମ୍ବାଦିକ ସୁରକ୍ଷା ଆଇନ,ପେନସନ ଲାଗୁ କରିବା ନେଇ ଆଗାମୀ ଦିନରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ନେଇ ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ ସାନଖେମୁଣ୍ଡି ର ସଭାପତି ପଦ୍ମଲୋଚନ ପାଣିଗ୍ରାହୀ,ସମ୍ପାଦକ ସନ୍ତୋଷ କୁମାର ଦାଶ, କୋଷାଧ୍ୟକ୍ଷ ତଥା ଯୁବ ସାମ୍ବାଦିକ ଶିବରାମ ସ୍ୱାଇଁ, ସୀମାଞ୍ଚଳ ସାହୁ,ଉପେନ୍ଦ୍ର ଦୋରା,ପ୍ରଫୁଲ୍ଲ ସାବତ,ରଘୁନାଥ ନାୟକ, ଅଜୟ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ।

ରିପୋର୍ଟର – ରଘୁନାଥ ନାୟକ