You are currently viewing କୋର୍ଟ ସମ୍ମିଳନୀ କକ୍ଷରେ ଲୋକ ଅଦାଲତ ସଂପର୍କୀୟ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋର୍ଟ ସମ୍ମିଳନୀ କକ୍ଷରେ ଲୋକ ଅଦାଲତ ସଂପର୍କୀୟ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଲୋକ ଅଦାଲତ ସମ୍ପର୍କୀୟ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଦଳା ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜେଏମଏଫସି କୋର୍ଟ ବିଚାରପତି ବିମଳ ଲଷ୍ମୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗଛାୟତ କଂ ସମେତ ବହୁ ବିଶିଷ୍ଟ ଆଇନଜୀବୀ ଉପସ୍ଥିତ ରହି ସ୍ଥାୟୀ ଲୋକ ଅଦାଲତର ପ୍ରତିଷ୍ଠା ଓ କାର୍ଯ୍ୟକାରୀତା ତଥା ଜନ ଉପଯୋଗୀ ସେବାକୁ ନେଇ ସାଧାରଣ ଲୋକଙ୍କୁ ସଚେତନ କରେଇବା ଏହି ସଭାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି। ଆଇନ କାନୁନ ତଥା ନାରୀ ସୁରକ୍ଷା ଓ ମକଦ୍ଦମା ସଂପର୍କିତ ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବାକୁ ମତ ପ୍ରକାଶ ପାଇଛି।ଏଥିରେ ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ଉଦୟ ନାଥ ପ୍ରଧାନ, ଭଗବାନ ହୋତା, ପ୍ରଫୁଲ୍ଲ କୁମାର ମିଶ୍ର, ନୀଳାଞ୍ଚଳ ପଲେଇ, ଅବନୀ କୁମାର ମିଶ୍ର, ସୁକୁମାର ମାଝୀ, ସୋମନାଥ ବେହେରା ଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।