ସାମୁଏଲ ହ୍ୟାନିମାନଙ୍କ ୨୭୦ତମ ଜନ୍ମଜୟନ୍ତୀ ପାଳନ ଓଡ଼ିଶା ଘରୋଇ ହୋମିଓପ୍ୟାଥକ ଚିକିତ୍ସକ ସଂଘର ୯ମ ଦାର୍ଷିକ ସମ୍ମିଳନୀ ତଥା ହୋମିଓପ୍ୟାଥକର ଜନକ ସାମୁଏଲ ହ୍ୟାନିମାନଙ୍କ ୨୭୦ତମ ଜନ୍ମ ଜୟନ୍ତୀ ଭୁବନେଶ୍ଵର ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଅଡିଟୋରିୟମରେ ମହା ସମାରୋହରେ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସ୍ଵାସ୍ଥ୍ୟସେବାର ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଅଭିନ୍ନ ଚନ୍ଦ୍ର ହୋମିଓପ୍ୟାଥକ ମେଡ଼ିକାଲ କଲେଜର ପୂର୍ବତନ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ସୁଧାଂଶୁ ଶେଖର ସିଂ ସମ୍ମାନିତ ଅତିଥି ଭାବରେ ଏସିଆନ ଏନ୍ ଏବଂ ଡିନ୍ କ୍ରୋନିକିଲ୍ର ସମ୍ପାଦକ ଅକ୍ଷୟ କୁମାର ପତି ଡିଏମ୍ଏସ୍ର ପୂର୍ବତନ ମନ୍ତ୍ରୀ ଡ. ଦେବେନ୍ଦ୍ର ମାନସିଂହ ଓଡ଼ିଶା ଡ୍ରଗୁ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର ଭାରତ ସରକାରଙ୍କ ଇପିଏଫ୍ର ସଦସ୍ୟ ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା ୱେଲସନ ପରିଚଳନା ନିର୍ଦ୍ଦେଶକ ଅନୁପ କୁମାର ସିଂ ୱେଲସନ ପରିସ୍ଖଳନା

ନିର୍ଦ୍ଦେଶକ ଡ. ସୁଧାଂଶୁ ଭୂଷଣ ସିଂ ପ୍ରମୁଖ ଯୋଗ ଦେଇଥିଲେ ପ୍ରଥମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ହ୍ୟାନିମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ଏପ୍ରିଲ ୧୦ ତାରିଖ ହେଉଛି ହୋମିଓପ୍ୟାଥକର ଜନକ ହ୍ୟାନିମାନଙ୍କର ମାନବ ସମାଜ ପାଇଁ ଅବଦାନ ବିଷୟରେ ବକ୍ତାମାନେ ନିଜ ନିଜ ଅଭିଭାଷଣ ରଖିଥିଲେ ସଂଘର ସଭାପତି ନେତ୍ରାନନ୍ଦ ଭୋଇ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ସମ୍ପାଦକ ପ୍ରଫୁଲ୍ଲ କୁମାର ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ ବହୁଦିନ ଧରି ଅପାନ୍ତର ଅଞ୍ଚଳରେ ବହୁ କମ୍ ପଇସାରେ ହୋମିଓପ୍ୟାଥକ ଚିକିତ୍ସାକୁ ଆୟୁଧ କରି ପାରମ୍ପରିକ ପଦ୍ଧତିରେ ଲୋକମାନଙ୍କର ସେବା ଯୋଗାଇ ଆସୁଥିବା ଘରୋଇ ହୋମିଓପ୍ୟାଥକ ଚିକତ୍ସକମାନେ ବହୁ ସେବା ଦେଇ ଆସୁଛନ୍ତି କୌଣସି ଆର୍ଥିକ ବୋଝ ନ ରଖ୍ ସଂଘର ସଦସ୍ୟମାନଙ୍କୁ ପଞ୍ଜିକୃତ କରି ସେବା ଯୋଗାଇ ଦେବା ପାଇଁ ସଂଘ ତରଫରୁ ସରକାରଙ୍କ ନିକଟରେ ବହୁଦିନ ଧରି ଦାବି ହେଇ ଆସୁଥିଲେ ମଧ୍ୟ ସରକାର ଏଥିପତି କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ନିହାର ବିଶ୍ଵାଳ ଅନନ୍ତ ନାରାୟଣ ସାହୁ ଅଶୋକ କୁମାର ଆଶ୍ଚର୍ଯ୍ୟ କାଳିପ୍ରସନ୍ନ ରାଉତ ବିକାଶ ମହାନ୍ତି ଶର୍ମିଷ୍ଠା ମହାପାତ୍ର କୃତିବାସ ପ୍ରଧାନ ରାଜେନ୍ଦ୍ର ଆଶ୍ଚର୍ଯ୍ୟ ସଭାକାର୍ଯ୍ୟ ପରିପ୍ପଳନା କରିଥିବା ବେଳେ ନାରାୟଣ ବିଶୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ଏହି ଅବସରରେ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବନ୍ଧିତ କରାଯାଇଥିଲା
