You are currently viewing ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲ ଅନୁଗୁଳରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ
ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲ ଅନୁଗୁଳରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

ଅନୁଗୁଳ : (ଦିଲୀପ କୁମାର ଚୋପଦାର) ପଞ୍ଚମହଲାସ୍ଥିତ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲରେ ନୂତନ ଅଧ୍ୟକ୍ଷ ରୂପେ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ ଯୋଗଦାନ କରିଛନ୍ତି । ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲର ସଭାପତି ଡକ୍ଟର ମହେଶ ଚନ୍ଦ୍ର ଧଳ ମହୋଦୟ ,ଉପସଭାପତି ଶ୍ରୀମତୀ ଆର୍ଯ୍ୟସୂତା ଧଳ ମହୋଦୟା , ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଧଳ ,ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ଅବନୀ କାନ୍ତ ଷଡ଼ଙ୍ଗୀ , ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀବୃନ୍ଦ ଏବଂ ସମସ୍ତ କର୍ମଚାରୀଗଣ ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନୂତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ ଡି.ଏ.ଭି .ବିଦ୍ୟାଳୟରେ ଅଧ୍ୟକ୍ଷ ରୂପେ ୨୭ ବର୍ଷ କାର୍ଯ୍ୟ ସମ୍ପାଦନ କରି ବହୁ ସମ୍ମାନ ଏବଂ ସୁଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କର ଅଭିଜ୍ଞତା , ନିଷ୍ଠା ଏବଂ କର୍ତ୍ତବ୍ୟ ପରାୟଣତା ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲ ଏବଂ ଛାତ୍ରଛାତ୍ରୀମାନଙ୍କୁ ନୂତନ ଦିଗଦର୍ଶନ ଦେବ ବୋଲି ସମ୍ବର୍ଦ୍ଧନା ସଭାରେ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନର ଉନ୍ନତି ଏବଂ ଛାତ୍ରଛାତ୍ରୀମାନଙ୍କର ପୂର୍ଣାଙ୍ଗ ଶିକ୍ଷାର ବିକାଶ ନିମନ୍ତେ ଅଭିଭାବକମାନଙ୍କର ସହଯୋଗ କାମନା କରିଛନ୍ତି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରି ନୂତନ ଅଧ୍ୟକ୍ଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।