ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ବିଭାଗ ପରୀକ୍ଷାଗାର ସହାୟକ ଶ୍ରୀ ହରି ପ୍ରସାଦ ନାୟକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ସମ୍ପାଦନା କରିଥିଲେ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ୱାଇଁ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଯୋଗ ଦେଇ ହରି ପ୍ରସାଦ ନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ସମେତ ଅନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ସେମାନଙ୍କର ଅଭିଭାଷଣ ରେ ହରିପ୍ରସାଦ ଙ୍କ ନିଷ୍ଠାବାନ୍ ସେବା ର ପ୍ରଶଂସା କରି , ତାଙ୍କର ସୁସ୍ଥ ଏବଂ
ସୁଖମୟ ଜୀବନ ସହ ଦୀର୍ଘାୟୁ କାମନା କରି ଥିଲେ। ଡ. ସ୍ୱାଇଁ ସେବା ର ଅବସର ପରେ ଜୀବନ କୁ ସୁମଧୁର କରିବା ପାଇଁ ଆଧ୍ୟାତ୍ମିକତା ର ଆବଶ୍ୟକତା ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରୀ ଗୌରୀ ଶଙ୍କର ମହାପାତ୍ର ସଙ୍ଗୀତ ପରିବେଷଣ କରିଥିଲେ । ଅଧ୍ୟାପକ ତ୍ରିଲୋଚନ ଦାସ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

