ଖଲ୍ଲିକୋଟ ୨୮/୦୨, ବୁଧ ବାର ଦିନ ଏନ୍ ଗୌରିପୂର୍ ନିକଟରେ ଏକ କାଜୁ ଶିଳ୍ପ ଜ୍ଞାନ କୌଶଳ ପ୍ରୟୋଗ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଟିତ ହୋଇଥିଲା। ଆୟୋଜିତ ପ୍ରଦର୍ଶନୀ କୁ ରାଜ୍ୟ କାଜୁ ଶିଳ୍ପ ଉନ୍ନୟନ ନିଗମ ର ଅଧକ୍ଷ ଶ୍ରୀ ସୁବାସ ମହାରଣା ଆୟୋଜିତ ପ୍ରଦର୍ଶନୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉକ୍ତ ପ୍ରଦର୍ଶନୀ ରେ କାଜୁ ଉଦ୍ୟୋଗୀ ମାନଙ୍କୁ କାଜୁ ପ୍ରକ୍ରିୟା କରଣ ଶିଳ୍ପ ରେ ପ୍ରାଚୀନ ପଦ୍ଧତି କୁ

ଛାଡ଼ି ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି କାଜୁ ଶିଳ୍ପ ରେ ଗୁଣାତ୍ମକ କାଜୁ ଉତ୍ପାଦନ କରିବା ସହ ପ୍ରକ୍ରିୟା କରଣ ଶିଳ୍ପ ରୁ ବାହାରିଥିବା ବିଭିନ୍ନ ଉପାଦାନ ଓ ବର୍ଜ୍ୟ ବସ୍ତୁ ର ସଠିକ୍ ଉପଯୋଗ କରିବା ସହ କାଜୁ ମୂଲ୍ୟ ଯୁକ୍ତ ହୋଇପାରିଲେ ଏହା ଦେଶ ଓ ଆନ୍ତର୍ଜାତିକ ସ୍ତରରେ ଆଦୃତ ହେବା ସହ କାଜୁ ରପ୍ତାନି ରୁ ଅଧିକ ବିଦେଶୀ ମୁଦ୍ରା ମିଳିପାରିବ ବୋଲି କାଜୁ ପ୍ରକ୍ରିୟା କରଣ ବିଶେଷଜ୍ଞ ମାନେ ସୂଚନା ଦେଇଥିଲେ। ପ୍ରଦର୍ଶନୀ ରେ କାଜୁ ଶିଳ୍ପ ରେ ବ୍ୟବହୃତ ହେଉଥିବା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ବ୍ୟବହୃତ ହେଉଥିବା କାଜୁ ଶିଳ୍ପ ର ବିଭିନ୍ନ ଆଧୁନିକ ଯନ୍ତ୍ରାଂଶ ପ୍ରଦର୍ଶିତ ହୋଇଥିଲା।

ପ୍ରଦର୍ଶନୀ ରେ ଗଂଜାମ ଜିଲ୍ଲା ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ଶ୍ରୀ ପ୍ରସନ୍ନ କୁମାର ପାତ୍ର, ଓଡ଼ିଶା କାଜୁ ପ୍ରକ୍ରିୟା କରଣ ସଙ୍ଘ ସଭାପତି ଶ୍ରୀ ପ୍ରଭାକର ପତ୍ରୀ, ଗଞ୍ଜାମ ଜିଲ୍ଲା କାଜୁ ପ୍ରକ୍ରିୟା କରଣ ସଙ୍ଘ ସଭାପତି ପି. ରାଜେନ୍ଦ୍ର ପୃଷ୍ଟି ଓ ସଧାରଣ ସମ୍ପାଦକ କାହ୍ନୁ ସେନାପତି ସହ ମୀନା ଟେକ୍ନୋଲୋଜି ଏମ ଡି ଭେଲୁ ଚେଟ୍ଟି, ସାଇ ରାଜ ମେସେନେରିସ ଏମ ଡି ଧନଞ୍ଜୟ ହରି ପାଟିଲ ଓ ଡେଲଟା କାଜୁ ମେସିନ୍ ଏମ ଡି ଦୀପକ କଦମ୍ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ସମସ୍ତ କାଜୁ ଉଦ୍ୟୋଗୀ ଯୋଗ ଦେଇ ପ୍ରଦର୍ଶନୀ ରେ ଅଂଶ ଗ୍ରହଣ କରିଥିଲେ।
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ )
