You are currently viewing ବୁଗୁଡା ରେଞ୍ଜ ଚାଂଚଡା ପଲ୍ଲୀରେ ଗଜସାଥି ଓ ସର୍ପ ଧରାଳି ତାଲିମ ଶିବିର
ବୁଗୁଡା ରେଞ୍ଜ ଚାଂଚଡା ପଲ୍ଲୀରେ ଗଜସାଥି ଓ ସର୍ପ ଧରାଳି ତାଲିମ ଶିବିର

ବୁଗୁଡା/ଭଞ୍ଜନଗର ତା ୮.୧୨.୨୦୨୩

ଘୁମୁସର ଦକ୍ଷିଣ ବନ ବିଭାଗ ଅଧୀନସ୍ଥ ବୁଗୁଡା ବନାଞ୍ଚଳ ତରଫରୁ ଚାଂଚଡା ପଲ୍ଲୀ ବନ ସୁରକ୍ଷା ସମିତି ଗ୍ରାମ ଠାରେ ଆଜି ସର୍ପ ଧରାଳି ଓ ଗଜ ସାଥୀଙ୍କ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଦକ୍ଷିଣ ଘୁମୁସର ବନ ଖଣ୍ଡ ଅଧିକାରୀ ଶ୍ରୀ ଯୁକ୍ତ ବିନୋଦ ଆଚାର୍ଯ୍ୟ,OFS ପ୍ରଦୀପ ଜାଳି ଉଦ୍ଘାଟନ ପୂର୍ବକ ତାଲିମ ଶିବିରର ଲକ୍ଷ୍ୟ ଓ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଉଭୟ ବନ ବିଭାଗ ଓ ପଂଚ।ୟତ ବାସୀ ,ବନ ସଂରକ୍ଷଣ ସମିତି ,ଗଜସାଥୀ, ସର୍ପ ଧରାଳି ସମସ୍ତଙ୍କ ସମନ୍ବିତ ସହଯୋଗ କାମନା କରିଥିଲେ ।

ଶ୍ରୀ ପ୍ରଦୀପ କୁମାର ମିଶ୍ର, ବୁଗୁଡା ବନାଞ୍ଚଳ ଅଧିକାରୀଙ୍କ ଆବାହକତ୍ଵରେ ମହା ସମାରୋହରେ
ଘୁମୁସର ଦକ୍ଷିଣ ବନଖଣ୍ଡ ତରଫରୁ ଆୟୋଜିତ ଏହି ଭବ୍ୟ ସଚେତନତା ମୂଳକ ତାଲିମ ପ୍ରଦାନ କାର୍ଯ୍ୟକ୍ରମରେ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ସ୍ୱାଗତ ପରିଚୟ ପ୍ରଦାନ କରିଥିଲେ । ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ତଥା ବରିଷ୍ଠ ମଞ୍ଚ ସଞ୍ଚାଳକ ଶ୍ରୀ ଶୂଳପାଣି ଶତପଥୀ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଂଯୋଜନା କରି ବିଭିନ୍ନ ପ୍ରକାର ମନୋରଞ୍ଜନ କଳା ମାଧ୍ୟମରେ ଜାଣି ଜଣାଇବା ପ୍ରକ୍ରିୟା ପ୍ରୟୋଗ ପୂର୍ବକ ପ୍ରଶିକ୍ଷଣ କରାଇଥିଲେ ।

ବନ ସେବା କାର୍ଯ୍ୟ ନିମନ୍ତେ ରାଜ୍ୟ ସ୍ତରରେ ବହୁବାର ପୁରସ୍କୃତ ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଓ ଅବସରପ୍ରାପ୍ତ ପୂର୍ବତନ ବୁଗୁଡା ରେଞ୍ଜ ଅଧିକାରୀ ତଥା ପୋଖତ ସର୍ପ ଧରାଳି ଶ୍ରୀ ଅନୁପମ ବାନାର୍ଜୀ ବିଭିନ୍ନ ବୈଷୟିକ ଦିଗ ରଖି ତାଲିମ ପ୍ରଦାନ ପୂର୍ବକ ଫିଲଡ଼ ଅଭିଜ୍ଞତା ମୁଖ୍ୟ ବୋଲି କହିଥିଲେ ଓ ସରକାରଙ୍କ ନୂତନ ସର୍ପ ନୀତିକୁ ସମୟ ସହ ତାଳ ଦେଇ ପାଳନ କରିବାକୁ କହିଥିଲେ । ମୁଖ୍ୟ ମାର୍ଗଦର୍ଶକ ଭାବେ ଅବସର ପ୍ରାପ୍ତ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ଡ଼ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ବନ୍ୟ ପ୍ରାଣୀ ସମ୍ପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ତାହାର ସୁରକ୍ଷା,ସୁ-ପରିଚାଳନା ସମ୍ପର୍କରେ ଆଲୋକପାତ କରି ଥିଲେ । ଅନ୍ୟତମ ମାର୍ଗଦର୍ଶକ ଅବସରପ୍ରାପ୍ତ ଅଧକ୍ଷ ପ୍ରାଧ୍ୟାପକ ଶ୍ରୀ କୃତିବାସ ବିଶ୍ୱାଳ ଘୁମୁସର ଜଙ୍ଗଲର ଐତିହାସିକ ବୈଶିଷ୍ଟ୍ୟ ସମ୍ପର୍କରେ ଉଦ୍ବୋଧନ ଦେଇ ବନ୍ୟ ପ୍ରାଣୀ ସୁରକ୍ଷା ଓ ଅଗ୍ନି-ମୁକ୍ତ ଜଙ୍ଗଲର ସଫଳତା କାମନା କରିଥିଲେ ।