You are currently viewing ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲର ଅନ୍ୟାୟ ଭାବେ ଛଟାଇ ବିରୁଦ୍ଧରେ ଯୁଗ୍ମ ଶ୍ରମ କମିଶନରଙ୍କ ସମ୍ମୁଖରେ ଛଟେଇ ଶ୍ରମିକ
ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲର ଅନ୍ୟାୟ ଭାବେ ଛଟାଇ ବିରୁଦ୍ଧରେ ଯୁଗ୍ମ ଶ୍ରମ କମିଶନରଙ୍କ ସମ୍ମୁଖରେ ଛଟେଇ ଶ୍ରମିକ

ରାଉରକେଲାର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ଵାରା କରାଯାଇଥିବା ନୋଟିସ ମୁତାବକ ଟିପିଡବ୍ଲ୍ୟୁଓଡିଏଲ୍ ଓ ତାଙ୍କର ଠିକାଦାର ଇଉନିକ୍ସ ସର୍ଭିସ ପ୍ରାଇଭେଟ ଲିମିଟେଡ ଗତ ତା୨୧.୧୦.୨୦୨୩ ରୁ ଅନ୍ୟାୟ ଭାବରେ ୨୪ ଜଣ ସିକ୍ୟୁରିଟି ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ନିଲମ୍ବିତ ସିକ୍ୟୁରିଟି ଗାର୍ଡ ମାନେ ଏହି ଘଟଣା ସମ୍ପର୍କରେ ସିଧାସଳଖ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେଲେ । ତାଙ୍କର ଅଭିଯୋଗକୁ ଭିତ୍ତି କରି ଉଚ୍ଚ ନ୍ୟାୟାଳୟ ଉକ୍ତ ଅଭିଯୋଗର ତଦନ୍ତ ଓ ବିଚାର ପ୍ରକ୍ରିୟା ୩ ମାସରେ ଶେଷ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି। ଯାହାକି ଆଜି ଉକ୍ତ ଅଭିଯୋଗର ତଦନ୍ତ ପାଇଁ ସମୟ ଦିନ ୧୧.୩୦ ମିନିଟରେ ଧାର୍ଯ୍ୟ କରାଯାଇଥିଲା । ହେଲେ ଆଜି ଶ୍ରମ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ରାଉରକେଲା ଗସ୍ତ ପାଇଁ ଶ୍ରମିକମାନଙ୍କୁ ହତାଶ ହେବାକୁ ପଡ଼ିଥିଲା । ଏଣୁ ଆଗାମୀ ତଦନ୍ତ ତାରିଖ ଭିତରେ ଶ୍ରମିକଙ୍କ ଭିତରୁ ଅନେକଙ୍କୁ ଡରେଇ ଧମକାଇ ବା ପ୍ରଲୋଭନ ଦେଖାଇ ଶ୍ରମିକଙ୍କ ଠାରୁ ନୋ ଡ୍ୟୁଜ ସାର୍ଟିଫିକେଟ୍ ଦସ୍ତଖତ କରାଇ ଅଛନ୍ତି ଓ କରାଇ ଚାଲିଛନ୍ତି ମଧ୍ୟ।ଏଣୁ ଆସନ୍ତା ଧାର୍ଯ୍ୟ ଦିନରେ କଣ ହେବ ତାହା ଏବେ ଶ୍ରମ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ହିନ୍ଦ ମଜଦୁର ସଭା ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି ବକ୍ତବ୍ୟରେ ଓ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।
ପଶ୍ଚିମ ଓଡ଼ିଶା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।