ପିପିଲି ତା ୧୬.୧ =ପୁରୀଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଉତ୍ତରାୟଣୀ ବିଦ୍ୟାପୀଠର ୧୯୯୦ ମସିହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୨୦୨୫ ବନ୍ଧୁ ମିଳନ ବିଦ୍ୟାଳୟ ପରିସର ମଧ୍ୟରେ ମହା ସମାରହୋରେ ଅନୁଷ୍ଠିତ ହୋଇ ଯାଇଅଛି । ପୁରାତନ ଛାତ୍ରଛାତ୍ରୀ ମାନେ ତାଙ୍କର ଅତୀତର ପୂର୍ବ କଥାକୁ ମନେ ପକାଇ ପୁରାତନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନକୁ ନିମନ୍ତ୍ରିତ କରିଥିଲେ । ନିମନ୍ତ୍ରିତ ଶିକ୍ଷକଙ୍କ ମଧ୍ୟରେ ବର୍ତ୍ତମାନର ଶିକ୍ଷକଙ୍କୁ ମଞ୍ଚାସୀନ ଅତିଥି ଭାବରେ ସ୍ଵାଗତ ସମ୍ବର୍ଦ୍ଦାନା ଜଣାଇ ସ୍ବାଗତ କରିଥିଲେ । ଏବଂ ପରେ ପରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ନିଜନିଜର ପରିଚୟ ପ୍ରଦାନ କରି ଥିଲେ । ଏହା ପରେ ନିମନ୍ତ୍ରିତ ଶିକ୍ଷକ ମାନେ ତାଙ୍କର ମୂଲ୍ଯବାନ ସମୟ ନିଜ ବକ୍ତବ୍ୟରେ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କର ମଙ୍ଗଳ ପ୍ରାର୍ଥନା କରି ଥିଲେ । ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ପରିସର ମଧ୍ୟରୁ ସଭା ସାଙ୍ଗକରି ପାର୍ଶ୍ଵରେ ଥିବା ମା ଉତ୍ତରାୟଣୀଙ୍କ ପୀଠରେ ଭୋଜିରେ ସାମିଲି ହୋଇଥିଲେ । ଏଥିରେ ଶିକ୍ଷକ ଲଳିତେନ୍ଦୁ ଭୁଜବଳ , ପ୍ରଭାକର ମିଶ୍ର ,ଜଲନ୍ଧର ଦାଶ ,ସୂର୍ଯ୍ୟ ନାରାୟଣ ରଥ ,ହାଡିବନ୍ଧୁ ସାହୁ ,ବେଣୁଧର ମହାରଣା ,ଏବଂ ଅଜୟ କୁମାର ଷଡଙ୍ଗୀ ଉପସ୍ଥିତ ରହିଥିଲେ ।
