ରାଜ୍ୟ ବିଜେପିର ସଦସ୍ୟତା ଅଭିଯାନରଗୋଟିଏ ଦିନ ପୂର୍ବରୁଗତକାଲିପୁରୁଷୋତ୍ତମପୁର ଏନଏସିର ନଅ ଜଣ କାଉନସିଲରପୁରୁଷୋତ୍ତମ ପୁର ଏନଏସି ଅଧକ୍ଷା ଙ୍କ ମନୋମୁଖୀ କାର୍ଯ୍ୟ ରେ ଅତିଷ୍ଟ ହୋଈ ଆଜି ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପାଇଁ ଦାବି ପତ୍ର ଦେଇ ଥିଲେ | ସନ୍ଧ୍ୟାରେ ଭୁବନେଶ୍ୱର ଯାଇ ବିଜେପିର ରାଜ୍ୟ ସଭାପତି ମନମୋହନସାମଲଙ୍କ ଉପସ୍ଥିତ ରେ ମୋଟ 9 ଜଣ କାଉନସିଲରପୁରୁଷୋତ୍ତମ ପୁର ବିଜ୍ଞାପିତ ଅଞ୍ଚଳର ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଏବଂ ଏନଏସି ଉପାଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱ ରେ ବିଜେପିରେ ସାମିଲ ହୋଈ ଥିଲେ | ମନମୋହନସାମଲ ଉପସ୍ଥିତ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇଥିଲେ | ତେବେ ସମସ୍ତଙ୍କ ଗୋଟିଏ ଲକ୍ଷ ରାଜ୍ୟରେ ବର୍ତମାନ ବିଜେପି ସରକାରଙ୍କ ସ୍ୱଚ୍ଛ ଏବଂ ନିର୍ମଳ ଶାସନକୁ ଅନୁସରଣ କରି ଏହି କାଉନ ସିଲର ମାନେଆଜି ବିଜେପିର ପ୍ରାଥମିକ ସଦସ୍ୟତା ଲାଭ କରି ଥିବାରୁ ସେମାନେ ରାଜ୍ୟ ସଭାପତି ମନମୋହନ ସାମଲ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଗଞ୍ଜାମ ଜିଲ୍ଲାରଦୁଈମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ ଓ ନେତାଓ କାର୍ଯ୍ୟକର୍ତ୍ତାଙ୍କୁ କୃତଂଜ୍ଞତା ଜଣାଇ ଛନ୍ତି | ତେବେ ସେମାନଙ୍କ କହିବା କଥା ଅଧକ୍ଷା ଙ୍କ ଅନାସ୍ଥା ପ୍ରସ୍ତାବ ଜିଲ୍ଲା ପାଳ କାର୍ଯ୍ୟ କାରି କରିଲା ପରେ ସେମାନେ ଶାନ୍ତିରେ ନିଶ୍ୱାସ ମାରିବେ ବୋଲି କହିଛନ୍ତି | ଏହି 9 ଜଣ କାଉନ ସିଲର ହେଲେ
ଓ୍ବାର୍ଡ ୧ ନଂ କାଉନସିଲର ଭବାନୀ ଶଂକରନାହାକ, ଓ୍ବାର୍ଡ ୨ନଂକାଉନସିଲରଭାସ୍କର ବେହେରା,ୱାର୍ଡ ୩ନଂ କାଉନସିଲର କେ.ପ୍ରମୋଦ କୁମାର ଆଚାରୀ,ୱାର୍ଡ ୫ନଂ କାଉନସିଲର ଶ୍ରୀମତୀ ସୁଜାତା ବେହେରା,
ୱାର୍ଡ ୭ନଂ କାଉନସିଲର ଶ୍ରୀମତୀ ଯମୁନା ବେହେରା,
ୱାର୍ଡ ୯ ନଂ କାଉନସିଲର ଲିଙ୍ଗରାଜ ବେହେରା, ଓ୍ବାର୍ଡ 10 ନଂକାଉନସିଲର ଶ୍ରୀମତୀ ଅର୍ଚ୍ଚନା ପଣ୍ଡା, ଓ୍ବାର୍ଡ ୧୨ନଂ
କାଉନସିଲର ଶ୍ରୀମତୀ ପ୍ରଣିତା ପଣ୍ଡା, ଓ୍ବାର୍ଡ ୧୩ନଂ କାଉନ ସିଲରଶ୍ରୀମତୀ ଗିରିଜାବେହେରା, ପ୍ରମୁଖ ଅଟନ୍ତି | ଏହି କାଉନ ସିଲର ମଧ୍ୟରେ 2 ସ୍ୱାଧୀନ 7ଜଣ ବିଜେଡି ର କାଉନ ସିଲର ଅଛନ୍ତି | ତେବେ ଏମାନଙ୍କ ସହିତ ଆଉଜଣେ କାଉନ ସିଲର ମିଶିବାର ସମ୍ଭାବନା ଅଛି ବୋଲି ସେମାନେ ମତ ଦେଇଛନ୍ତି |

