You are currently viewing ମୋ ସ୍କୁଲ ପ୍ରୋଗ୍ରାମ ଜରିଆରେ ବିଦ୍ଯାଳୟର ଉନ୍ନତି ପାଇଁ କତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ସରପଞ୍ଚ
ମୋ ସ୍କୁଲ ପ୍ରୋଗ୍ରାମ ଜରିଆରେ ବିଦ୍ଯାଳୟର ଉନ୍ନତି ପାଇଁ କତ୍ତୃପକ୍ଷଙ୍କ ସହ ଆଲୋଚନା କଲେ ସରପଞ୍ଚ

ଦିଗପହଣ୍ଡି – ବିଦ୍ଯାଳୟର ବିକାଶ ତଥା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ଉନ୍ନତି ସକାଶେ ରାଜ୍ୟ ସରକାର ମୋ ସ୍କୁଲ ପ୍ରୋଗ୍ରାମକୁ ଗୁରୁତ୍ବ ଦେଇ ଆସୁଥିବା ଜଣାପଡିଛି । ଏହି ଅବସରରେ ସୋମବାର ଦିନ ଦିଗପହଣ୍ଡି ବ୍ଳକ ଗଡଗୋବିନ୍ଦପୁର ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ କଳିଙ୍ଗଦୋଳା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନୀୟ ସରପଞ୍ଚ ରଞ୍ଜନ କୁମାର ସାହୁ ପହଞ୍ଚି ବିଦ୍ଯାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ଗଡଗୋବିନ୍ଦପୁର ବିଦ୍ଯାଳୟରେ ପ୍ରଧାନଶିକ୍ଷକ ବିକ୍ରମ କେଶରୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଶ୍ରବା ପାଇକ , ସିଆରସିସି ରବିନ୍ଦ୍ର ମହାରଣା , ବିଦ୍ଯାଳୟ ପରିଚାଳନା କମିଟି ସଭାପତି ଏଚ୍. କୁରେଶୁ ରେଡ୍ଡୀ , ଶିକ୍ଷାବିତ ତ୍ରିନାଥ ବେହେରା , ଲିଙ୍ଗରାଜ ପ୍ରଧାନ , ରବିନ୍ଦ୍ର ସେଠୀ , କାହ୍ନୁଚରଣ ସେଠୀଙ୍କ ଉପସ୍ଥିତିରେ ୨୬୪ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । ସେହିପରି କଳିଙ୍ଗଦୋଳା ବିଦ୍ଯାଳୟରରେ ପ୍ରଧାନଶିକ୍ଷକ ଚନ୍ଦ୍ରାଶ ମହାରଣାଙ୍କ ତତ୍ତ୍ଵାବଧାନରେ ସରପଞ୍ଚ ଶ୍ରୀ ସାହୁ ସମେତ ବିଦ୍ଯାଳୟ ପରିଚାଳନା କମିଟି ସଭାପତି ଧୋବା ବେହେରା , ଶିକ୍ଷକ ରଞ୍ଜନ ସେଠୀ , ବଳରାମ ପ୍ରଧାନ , କିଶୋର ପ୍ରଧାନ , କେଶବ ବେହେରା , ରମେଶ ରଣାଙ୍କ ମଞ୍ଚାସୀନରେ ମାଗଣା ପୋଷାକ ବିତରଣ ହୋଇଥିଲା । ପରିଶେଷରେ ଉପସ୍ଥିତ ଅଭିଭାବକ ମାନଙ୍କୁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ପଞ୍ଚାୟତ ପକ୍ଷରୁ ଉଭୟ ବିଦ୍ଯାଳୟକୁ ୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ପ୍ରକାଶ କରିଛନ୍ତି ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା