You are currently viewing ପୁରୁଷୋତ୍ତମପୁର ଏସଡ଼ି ପିଓ ଡ଼ଃ ଦୀପକ ମିଶ୍ରଙ୍କ କବିତା କୁ ଉନ୍ମୋଚନ କଲେ ଗଞ୍ଜାମ ଏସପି ,
ପୁରୁଷୋତ୍ତମପୁର ଏସଡ଼ି ପିଓ ଡ଼ଃ ଦୀପକ ମିଶ୍ରଙ୍କ କବିତା କୁ ଉନ୍ମୋଚନ କଲେ ଗଞ୍ଜାମ ଏସପି ,

ପୁରୁଷୋତ୍ତମପୁର ସହର ରେ ସବ ଡିଭିଜିନାଲ ପୋଲିସ ଅଫିସର ଥିବା ଡଃ ଦୀପକ କୁମାର ମିଶ୍ର ଖାଲି ପୋଲିସ ବିଭାଗରେଚାକିରୀକରିନାହାନ୍ତି, ସେ ପେସାରେ ଜଣେ ପୋଲିସ ଅଫିସର ଥିବା ବେଳେ ନିଶାରେ ଜଣେ ସାହିତ୍ୟିକ,ଓ ଗାଳ୍ପିକ ଅଟନ୍ତି | ପୋଲିସ କାର୍ଯ୍ୟକ୍ରମ କୁଛାଡି ଅବସର ସମୟରେ ସେ ନିଜର ଅନୁଭୂତି କୁ କର୍ମମୟ ଜୀବନରେ ସମାଜରେ ଘଟିଚାଲିଥିବା ବିଭିନ୍ନ ପ୍ରକାରର ଘଟଣାବଳୀ ଓ ପ୍ରକୃତିର ସରଳ,ବିଶାଳ, କରାଳ ରୂପ କୁ ନେଇ ସର୍ବ ସାଧାରଣଙ୍କ ଉଦ୍ଦେଶ୍ୟରେ ଏକ କବିତା ରଚନା କରିଛନ୍ତି। ଏହି କବିତା ଦ୍ବାରା ଜନସାଧାରଣଙ୍କ ମଧ୍ୟରେ କିପରି ସଦ୍‌ଭାବନାର ଚିନ୍ତନ, ସଚେତନତା ର ଉପାଦାନ ଆସିପାରିବ ସେନେଇ ସେ ଲେଖାମାନ ପ୍ରସ୍ତୁତ କରିଛନ୍ତି ।ଏହି ସଂକଳନ ପୁସ୍ତିକାଟି ‘ଅପାଦଯାତ୍ରା’ ନାମରେ ନାମିତ ହୋଇ ଥିଲା ବେଳେ ଏହାକୁ ଜଣେ ସଚୋଟ, ସୁଦକ୍ଷ, ନିର୍ଭିକ, ଏବଂ ଦାମ୍ଭିକ ଅଫିସର ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ରଙ୍କ ଦ୍ବାରା ଗୁରବାର ଲୋକାର୍ପିତ ହୋଇଛି। ଏହିଉନ୍ମୋଚନ
କାର୍ଯ୍ୟକ୍ରମ ଅବସରରେ ବହୁ ବରିଷ୍ଠ ପୋଲିସ ଅଧୂକାରୀ ମାନେ ଉପସ୍ଥିତ ରହିଥିଲେ। ଏହି ପୁସ୍ତକଟିକୁ ଥରେ ପଢିଲେ ପାଠକମାନଙ୍କ ହୃଦୟ କୁ ଛୁଇଁ ପାରିବ ହୋଇପାରିବ ବୋଲି ଗାଳ୍ପିକ ତଥା ପୋଲିସ ଅଫିସର ଡଃ ମିଶ୍ର ଆଶା ପ୍ରକାଶ କରିଛନ୍ତି। ଏହା ଡ଼ଃ ମିଶ୍ର ଙ୍କ ପ୍ରଥମ ସଂକଳନ ନୁହଁ ଏହା ହେଉଛି ଚତୁର୍ଥ ପୁସ୍ତକ ଓ ତୃତୀୟ କବିତା ସଂକଳନ ଅଟେ। ଡଃ ଦୀପକ କୁମାର ମିଶ୍ର ଙ୍କ ଏହି ଲେଖା ଶୈଳୀଙ୍କୁ ବହୁତ ବ୍ୟକ୍ତି ବିଶେଷ ପସନ୍ଦ କରିବା ସହ ଦକ୍ଷିଣ ଓଡିଶା ତଥା ଗଞ୍ଜାମ ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ତାଙ୍କୁ ଏହିପରି ଜନ ହିତକାରୀ ଉପଦେଶ ବୋଧକ କବିତା ଓ ଗଳ୍ପ ଲେଖିବା ପାଈଁ ତାଙ୍କର ଆଶିଷ ପ୍ରଦାନ କରୁଥାନ୍ତୁ ସମସ୍ତଙ୍କ ଏତିକି ପାର୍ଥନା | ରିପୋର୍ଟ ପ୍ରସନ୍ନ କୁମାର ଦାସ