You are currently viewing ପାଣି ପାଇଁ ରାସ୍ତା ଅବରୋଧ କଲେ ପାଟପୁର ଗ୍ରାମ ବାସି ମହିଳା
ପାଣି ପାଇଁ ରାସ୍ତା ଅବରୋଧ କଲେ ପାଟପୁର ଗ୍ରାମ ବାସି ମହିଳା

ସାନଖେମୁଣ୍ଡି ୨୪/୫( ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଧାଦେଇପୁର ପଞ୍ଚାୟତ ପାଟପୁର ଗାନ୍ଧୀ ଛକ ଠାରେ ଗ୍ରାମାଞ୍ଚଳରେ କୋଟି କୋଟି ବ୍ୟୟ ଅଟକଳ କରି ଖଚ୍ଚ ହେଉଥିବା ବେଳେ ପାଇପ ଯୋଗେ ଘର ପାଖରେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ କିନ୍ତୁ ଏସବୁ ବାଟବଣା ହୋଇଥିବା ଦେଖିବାକୁ ମିଳୁଛି ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳପାଇଁ ଗ୍ରାମାଞ୍ଚଳରେ ହାହା କାର ପରିସ୍ଥିତି ଦେଖିବାକୁ ମିଳିଛି ।

ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ସାନଖେମୁଣ୍ଡି ବ୍ଳକ ରାଧାଦେଇପୁର ଗ୍ରାମବାସୀ ପାଟପୁର ସ୍ଥିତ ଗାନ୍ଧୀ ଛକଠାରେ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ ପ୍ରତିବାଦ କରିଥିଲେ।। ଯାହାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ଦିଗପହଣ୍ଡି – ଆସିକା ମୁଖ୍ୟ ରାସ୍ତା ତଥା ୩୨୬ ନଂ ଜାତୀୟ ରାଜପଥରେ ହାଣ୍ଡି ମାଠିଆ ଧରି ଦୁଇ ଘଣ୍ଟା ରୁଉର୍ଦ୍ଧ୍ବ ସମୟ ଧରି ରାସ୍ତା ଅବରୋଧ କରିଥିଲେ ।

ସୂଚନା ପ୍ରକାରେ ପାଟପୁର ପଞ୍ଚାୟତ ରେ ରହିଥିବା ଗ୍ରାମ୍ୟ ଜଳ ଯୋଗାଣ ପାଣି ଟ୍ୟାଙ୍କ ରୁ ରାଧାଦେଇପୂର୍ ପଞ୍ଚାୟତ କୁ ଯୋଗାଣ ହେଉଥିବା ବେଳେ ଦୀର୍ଘ ଦିନ ଧରି ବର୍ଷା ର ଅଭାବ ନଦୀ,ନାଳ,ପୋଖରୀ ଶୁଖିଲାପଡ଼ିଛି ଚାରିଆଡ଼େ ଯାହା ଫଳରେ ଜଳ ଯୋଗାଣ ହେଉଥିବା ପାଟପୁର ପାଣି ଟାଙ୍କି ଉପରେ ନିର୍ଭର କରୁଥିବା ଦୁଇଟି ପଞ୍ଚାୟତ ରେ ଥିବା ୮ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ପାଣି ଯୋଗାଇବା ସମ୍ଭବ ନୁହେଁ।ଯାହା ଫଳରେ ବୈଶାଖ ମାସର ପ୍ରଖର ଗ୍ରୀଷ୍ମ ପ୍ରବାହ ଦୀର୍ଘ ଦିନ ଧରି ବର୍ଷା ଅଭାବ ଯୋଗୁଁ ଦୀର୍ଘ ଦିନ ଧରି ଗ୍ରାମରେ ପାନୀୟ ଜଳର ସମସ୍ୟା ରହିଥିଲେ ମଧ୍ୟ ଗ୍ରାମବାସୀ ମାନେ ପିଇବା ନିମନ୍ତେ ଜଳ କଷ୍ଟ ଭିତରେ ରହି ଆସୁଛନ୍ତି । ଏନେଇ ଗ୍ରାମର ୪ ଟି ସାହିର ଶତାଧିକ ପରିବାର ମହିଳା ମାନେ ପାନୀୟ ଜଳର କଷ୍ଟ ଭୋଗି ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟରେ ସମସ୍ୟାର ସମାଧାନ ନେଇ ଦାବିକରି ଆସୁଥିଲେ ।କେହି ନସୁଣିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇବା ନିମନ୍ତେ ବାଧ୍ୟ ହୋଇଥିଲେ ।

ଏପରିକି ମହିଳା ମାନେ ହାଣ୍ଡି ମାଠିଆ ଧରି ରାସ୍ତାରେ ଆନ୍ଦୋଳନ କରିଥିଲେ । ଖବର ପାଇ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ , ବିଭାଗୀୟ ଯନ୍ତ୍ରୀ ଉପମା ଘଡେଇ , ସ୍ଥାନୀୟ ସରପଞ୍ଚ ଡି . ରାକେଶ ପାତ୍ର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଗତକାଲି ଠାରୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ

ସାନଖେମୁଣ୍ଡି ରୁ ରଘୁନାଥ ନାୟକ ଙ୍କ ରିପୋର୍ଟ ( ଆଇ ଯେବି ନିୟୁଜ )