ରାଜଗାଙ୍ଗପୁର ୧୬/୭ :
ବିଗତ ବର୍ଷଗୁଡିକ ପରି ଶନିବାର ସକାଳୁଆ ବର୍ଷାରେ ରାଜଗାଙ୍ଗପୁର ୧୮ ନମ୍ବର ୱାର୍ଡ ମାଷ୍ଟର କଲୋନୀର ଏକ ବଡ଼ ଅଂଶ ଦୀର୍ଘ ସମୟ ଧରି ଜଳବନ୍ଦୀ ହୋଇ ରହିଥିଲା । ଆଜି ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ଫଳରେ ବର୍ଷା ପାଣି ନିଷ୍କାସନ ହୋଇ ନପାରି ମାଷ୍ଟର କଲୋନୀ ରାସ୍ତାରେ ଆଣ୍ଠୁଏ ପାଣି ଜମି ଯାଇଥିଲା I ମାଷ୍ଟର କଲୋନୀରେ ବଡ଼ ବଡ଼ କୋଠା ରହିଛି । ମାତ୍ର ଘରଗୁଡିକ ଯୋଜନାବଦ୍ଧ ଭାବରେ ନିର୍ମାଣ ହୋଇ ନଥିବା ବେଳେ ଏବଂ କେହି ନଳା ପାଇଁ ଜାଗା ଛାଡି ନଥିବାରୁ ସ୍ଥାନ ଅଭାବରୁ ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇ ପାରୁ ନାହିଁ।
ɪᴊʙ ɴᴇᴡs
ɴɪʟᴀᴋᴀɴᴛʜᴀ ᴘʀᴀᴅʜᴀɴ
