ଖଲ୍ଲିକୋଟ ତା 16.02.2024 ରିଖ ରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ମିଳିତ ଟ୍ରେଡ୍ ୟୁନୀୟନ ପକ୍ଷରୁ ଦିଆ ଯାଇଥିବା ଗ୍ରାମୀଣ ଭାରତ ବନ୍ଦ୍ ଖଲ୍ଲିକୋଟ ଠାରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି। ଦିନ ଦଶଟା ସମୟ ରେ AITUC,BKMU,AIKS, ଏବଂ INTUC ର କର୍ମକର୍ତ୍ତା ଓ କର୍ମୀମାନେ ବିପୁଳ ସଂଖ୍ୟା ରେ ନିର୍ମଳ ଝର ଛକ ଠାରେ ଏକତ୍ରିତ ହୋଇ ଉଭୟ ମୋଦୀ ଆଉ ନବୀନ ସରକାର ବିରୁଦ୍ଧରେ ସ୍ଳୋଗାନ ଦେଇ ପ୍ରାୟ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରିଥଲେ। ପରେ ସମବେତ କର୍ମୀ ଓ ନେତା ମାନେ ପିକେଟିଁ କରିବା ସହ ଶୋଭାଯାତ୍ରାରେ ଖଲ୍ଲିକୋଟ ବଜାର ପରିକ୍ରମା କରି ସ୍ଥାନୀୟ ବସ୍ ଷ୍ଟାଣ୍ଡ ଠାରେ
ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣା ରେ ବସିଥିଲେ।

ମୋଦୀ ଓ ନବୀନ ସରକାର ର ବିଭିନ୍ନ ଦମନ ମୂଳକ ନୀତି ତଥା ଶ୍ରମିକ,କୃଷକ ବିରୋଧୀ କାର୍ଯ୍ୟ କୁ ଅତି କଠୋର ଭାଷା ରେ ଉପସ୍ଥିତ ନେତାମାନେ ସମାଲୋଚନା କରିଥଲେ। ଆଗାମୀ ଦିନରେ I,N,D,I,A ମେଣ୍ଟ ନେତୃତ୍ଵ ରେ ନିର୍ବାଚନ ଲଢି ଏହି ଦୁଇ ସରକାର କୁ ଗାଦି ଚ୍ୟୁତ୍ କରିବାକୁ ଜନ ସାଧାରଣ ଙ୍କୁ ଆହ୍ୱାନ୍ ଦେଇଥିଲେ। ଉପସ୍ଥିତ ନେତ୍ରୁ ମଣ୍ଡଳୀ ଙ୍କ ମଧ୍ୟରେ AITUC ର ଗଞ୍ଜାମ ଜିଲ୍ଲା ସହ ସଂପାଦକ ତଥା CPI ଖଲିକୋଟ ଜୋନ ସଂପାଦକ ସାଥୀ ଦୁର୍ଗା ଚରଣ ପାତ୍ର,BKMU ଗଞ୍ଜାମ ଜିଲ୍ଲା ସଭାପତି ସାଥୀ ରଘୁନାଥ ଗୌଡ, କୃଷକ ନେତା ସାଥୀ କନ୍ଧ ପ୍ରଧାନ, ସାଥୀ ଲକ୍ଷ୍ମୀ ପାଣିଗ୍ରାହୀ,BKMU ନେତା ସାଥୀ ରବି ସ୍ୱାଇଁ, ସାଥୀ ସିମାଞ୍ଚଳ ବେହେରା, ସାଥୀ ଜୟରାମ ଦାଶ, ସାଥୀ ବିଦ୍ୟାଧର ବେହେରା, ସାଥୀ ବିଦ୍ୟା ପ୍ରଧାନ,CPIM ନେତା ସାଥି P, ହରିକୃଷ୍ଣ ରେଡ୍ଡୀ,INTUC ନେତା ଶ୍ରୀ ଭୋକଲି ସେଠୀ, କଂଗ୍ରେସ୍ ବ୍ଲକ ସଭାପତି ଶ୍ରୀ ମେଘନାଦ ଦଳେଇ, ପିସିସି ସଭ୍ୟ ଶ୍ରୀ ବିଶ୍ୱଜିତ୍ ତରାଇ, ମତ୍ସ୍ୟଜିବୀ ନେତା ଶ୍ରୀ ଦୀନବନ୍ଧୁ ଅଧିକାରୀ, ପୂର୍ବତନ ସରପଞ୍ଚ ଅଜୟ କୁମାର ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିବା ସହ ଏହି ଧାରଣା ପ୍ରତିବାଦ ଓ ବନ୍ଦ୍ ପାଳନ ରେ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ।

