ଗଞ୍ଜାମ ଜିଲ୍ଲା
ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ତିରିଡା ଗ୍ରାମର ସନ୍ତୋଷ କୁମାର ପଟ୍ଟନାୟକଙ୍କ ପନ୍ଦର ବର୍ଷର ପୁଅ ସମ୍ବିତ ପଟ୍ଟନାୟକ ଓ କୋଦଳାର ପ୍ରଦୀପ ପ୍ରଧାନଙ୍କ ତିନି ମାସର ପୁଅ ପ୍ରିୟାଂଶୁ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୁଇଟି ଆର ବି ଏସ କେ ଟିମ କାର୍ଯ୍ୟ କରୁଛନ୍ତି | ସ୍କୁଲ ଓ ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସେମାନଙ୍କର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ | ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ମୂର୍ତ୍ତି ହାର୍ଟର ଇକୋ କରେଇବା ପାଇଁ ଆଦେଶ ଦେଇଥିଲେ, ଇକୋ ରୁ ଜଣା ପଡିଥିଲାଯେ ସେମାନଙ୍କ ହାର୍ଟରେ ଛୁଦ୍ର ଅଛିବୋଲି ! ଆଜି ସେମାନେ କୋଦାଳରୁ ଗାଡି ଯୋଗେ ବ୍ରହ୍ମପୁର ଓ ସେଠାରୁ ଭୁବନେଶ୍ୱର ଓ ସେଠାରୁ ରେଳ ଯୋଗେ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲ ପଠାଯାଇଛି ! ଏହିପରି ଗଞ୍ଜାମ ଜିଲ୍ଲାର ଆଉ ଛବିଶି ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି ! ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମିଶ୍ର ଓ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ଠାରୁ ଆଶିଷ ନେଇ, ଆର ବି ଏସ କେ ମ୍ୟାନେଜେର ଲୋପାମୁଦ୍ରା ମିଶ୍ର ଓ କମ୍ପୁଟର ପରିଚାଳକ ନିହାର ରଞ୍ଜନ ସେଠୀଙ୍କ ତତ୍ୱାବଧାନରେ ଓ ଡାକ୍ତର ସତ୍ୟନାରାୟଣ ପଲାଇ, ଡା ଅରୁଣ ସାହୁ, ଡା ଗୋଷ୍ଟାବିହାରୀ ପାତ୍ର ସେମାନଙ୍କର ସାଙ୍ଗରେ ଯାଇଛନ୍ତି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ଆର ବି ଏସ କେ ଟିମର ସମସ୍ତ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ,
ଏ ଏନ ଏମ ଏବଂ ପରିଚାଳକ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ସମସ୍ତ ଶିଶୁଙ୍କ ଆଶୁଚିକିତ୍ସାର କାମନା କରିଛନ୍ତି ! ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଆୟୁଷ ଡାକ୍ତର ଶ୍ରୀ ନାୟକ କହିଛନ୍ତି | ଆର ବି ଏସ କେ ଟିମକୁ କୋଦଳା ଅଞ୍ଚଳର ବୁଦ୍ଧିଜୀବୀ ଗହଣରେ ପ୍ରଶଂସାର ସୁଅ ଛୁଟିଛି ! ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
