କୋଦଳା (୨୩/୧୦ /୨୦୨୫)
ଓଡ଼ିଶା ପୋଲିସ ର ନିର୍ଦ୍ଦେଶ କ୍ରମେ ଆଜି ଗଞ୍ଜାମ ଜିଲ୍ଲା କୋଦଳା ଥାନା ପକ୍ଷରୁ ସାଇବର ଠକେଇ କୁ ଏଡ଼ାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋଦଳା ସ୍ଥିତ ଲକ୍ଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଚେତନତା ସଭାରେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ, କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, କୋଦଳା ଅଧ୍ଯକ୍ଷ, ଉପାଧ୍ୟକ୍ଷାକଂ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ, ସମସ୍ତ ଅଧ୍ଯାପକ, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ସାଇବର ଠକ ମାନଙ୍କ କବଳ ରୁ କିପରି ନିଜକୁ ଠକେଇ ରୁ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧ ରେ ବିସ୍ତୃତ ତଥ୍ୟ ଦେଇଥିଲେ ଏସଡିପିଓ ଶ୍ରୀ ନାୟକ। କୌଣସି ସାଇବର ଠକେଇ ରୁ ରକ୍ଷାପାଇବା ପାଇଁ ଅପରିଚିତ ବ୍ୟକ୍ତିଙ୍କ କଥାରେ ପ୍ରଲୋଭିତ ହୋଇ ନିଜ ବ୍ୟାଙ୍କ୍ ଆକାଉଣ୍ଟ ନମ୍ବର,ଓଟିପି ଓ ଆଧାରକାର୍ଡ ନମ୍ବର ଦେବା ବାରଣ କରାଯାଇଥିଲା।ଯଦି ଦୈବାତ ସାଇବର ଠକାମୀ ରେ ପଡନ୍ତି ତୁରନ୍ତ ନିକଟସ୍ଥ ଥାନା ଓ ସାଇବର ଥାନା ରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା।ସର୍ବଭାରତୀୟ ଟୋଲ ଫ୍ରି ଫୋନ ନମ୍ବର ୧୯୩୦ ରେ ଅଭିଯୋଗ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।ଏହି ଅବସରରେ ଏଲ୍ ଇ ଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ଓଡିଶା ପୋଲିସର ବାର୍ତ୍ତା ପ୍ରଦର୍ଶନ କରାଯାଇଥିବା ବେଳେ ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
