ଖଲ୍ଲିକୋଟ ; 14/3 ଖଲ୍ଲିକୋଟ ବିଧାୟକ ଙ୍କ ବିରୁଦ୍ଧରେ ଗତ କିଛି ଦିନ ହେଲା ରାଜନୈତିକ ଚକ୍ରାନ୍ତକାରୀ ମାନେ ତାଙ୍କର ଭାବମୂର୍ତ୍ତି କୁ ମଳିନ କରିବା ପାଇଁ ରୀତିମତ ଷଡଯନ୍ତ୍ର ହେଉଥିବା ଅଭିଯୋଗ ହୋଇଛି | ତେବେ ଖଲ୍ଲିକୋଟ ବିଧାୟକ ପୁର୍ଣ ଚନ୍ଦ୍ର ସେଠୀ ଙ୍କ ନାମରେ ସାମାଜିକ ଗଣମାଧ୍ୟମ ରେ ତାଙ୍କ ଜାତି ଓ ବାପା ମା ଙ୍କ ବିରୁଦ୍ଧରେ ଏକ ଅଶାଳୀନ ମନ୍ତବ୍ୟ ଦେଇ ତୀବ୍ର ସମାଲୋଚନା କରିବା ପରେ ବିଧାୟକ ଓ ତାଙ୍କ ସମର୍ଥକ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ |ଯା ଫଳରେ ବିଧାୟକ ଓ ସମର୍ଥକ ମାନଙ୍କ ଗହଣ ରେ ଖଲ୍ଲିକୋଟ ଥାନା ରେ ପହଂଚି ଖଲ୍ଲିକୋଟ ଆଇ ଆଇ ସି ରମେଶ କୁମାର ପ୍ରଧାନ ଙ୍କୁ ଏକ ଏତେଲା ପ୍ରଦାନ କରି ଏଭଳି କୁରୁଚି ସମ୍ପନ୍ନ ମନ୍ତବ୍ୟ ପ୍ରଦାନ କରି ମାନହନି କରିଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବା ସହ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି | ବିଧାୟଜ ତାଙ୍କ ବକ୍ତବ୍ୟ ରେ ଯେତେବଡ଼ ଲୋକ ହେଲେ ମଧ୍ୟ ଛାଡିବାର ନାହିଁ | ଦରକାର ପଡିଲେ ଆସାମୀ ଙ୍କୁ ଠାବ କରି କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଉଚ୍ଚ ନ୍ୟାୟଳୟ ଓ ଭାରତ ର ସର୍ବୋଚ୍ଚ ଅଦାଲତ ରେ ଆଶ୍ରୟ ନିଆଯିବ ବୋଲି ପ୍ରକାଶ କରିଥିଲେ |ଏପରିକି ଦଳୀୟ କର୍ମୀ କିମ୍ବା ନେତା ହେଲେ ମଧ୍ୟ ଦଳରୁ ବହିଷ୍କାର କରାଯାଇ ପଦକ୍ଷେପ ନେବା ପାଇଁ ପଦକ୍ଷେପ ନେବେ ବୋଲି ଗଣମାଧ୍ୟମ ଆଗରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି |ଏତେଲା ପ୍ରଦାନ ବେଳେ ବିଜେପି ବରିଷ୍ଟ ନେତା ଅନିଲ ପଣ୍ଡା ପଦ୍ମ ଚରଣ ସୁବୁଦ୍ଧି ସମିତି ଅଧକ୍ଷ ଙ୍କ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ, ସକଳେଶ୍ୱର ରଥ, ଜଗନ୍ନାଥ ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ |

ଏ ସମ୍ପର୍କ ରେ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ପ୍ରଧାନ ଙ୍କ ସହ ଯୋଗାଯୋଗ କରିବାରେ ବିଧାୟଜ ଙ୍କ ଏତେଲା କୁ ଭିତ୍ତି କରି ଥାନା ରେ ଜି ଏନ –27 /13/3 /25 ରେ ଏକ ମାମଲା ରୁଜ୍ଜୁ କରା ଯାଇ ସାଇବର ତଦନ୍ତ ପାଇଁ ପଠାଯିବ ସମ୍ପୂର୍ଣ୍ଣ ତଥ୍ୟ ମିଳିଲେ ତଦନ୍ତ ଆଗକୁ ଯିବା ସହ କାର୍ଯାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
