You are currently viewing ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତକୋଦଳା
ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତକୋଦଳା

ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ବେଗୁନିଆପଡା ବ୍ଲକ କାଳିମେଘି ସରପଞ୍ଚ ଅର୍ଚନା ତ୍ରିପାଠୀ ଙ୍କ ତତ୍ୱାବଧାନରେ ଗୁରୁବାର ଦିନ ପଂଚାୟତ ସଭା ଗୃହରେ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ସହ ଶ୍ରମ ଅଧିକାରୀ ସୋମନାଥ ପାତ୍ର ଶ୍ରମିକ ମଙ୍ଗଳ ସଂଯୋଜକ ଦେବାଶିଷ ନାୟକ, ସମିତି ସଭ୍ୟା ନୟନୀ ଗୌଡ଼ ଯୋଗଦେଇ ସଚେତନତା କରିଥିଲେ । ଏହି ପଂଚାୟତର ଯେ କୌଣସି ବ୍ୟକ୍ତି ଆନ୍ତଃରାଜ୍ୟ ରେ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଯାଉଛନ୍ତି । ସେମାନେ ନିଜ ପଂଚାୟତ, ଶ୍ରମ ବିଭାଗ କିମ୍ବା ଏଥିପାଇଁ ଏକ ପୋର୍ଟାଲ ରହିଛି ସେଥିରେ ପଞ୍ଜିକରଣ କରିବା ଉଚିତ । ଯାହା ଫଳରେ କି କୌଣସି ଦୈବୀ ଦୃଘଟଣା, କିମ୍ବା କମ୍ପାନୀ ରେ ଶୋଷଣ ଅତ୍ୟାଚାରିତ କିମ୍ବା ଠକାମୀ ର ଶିକାର ହେଲେ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ସହଜ ହେବ । ଏଥିରେ ସମାଜସେବି ବିଶ୍ଵାମିତ୍ର ତ୍ରିପାଠୀ, ବୁଲୁ ଗୌଡ଼, ହାଡୁବନ୍ଧୁ ମହାରଣା, ଡାକ୍ତର ମହାରଣା କୈଳାଶ ଦାଶ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଜନ ସାଧାରଣ ଉପସ୍ଥିତ ରହିଥିଲେ ।