ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ର ବିଭିନ୍ନ ସ୍ଥାନ ରେ ସାର କଳା ବଜାରୀ ଉପରେ ଅଙ୍କୁଶ ଲଗାଇବା ଓ ତାଙ୍କ ଉପରେ ଚଢ଼ାଉ କରିବାକୁ ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦେଶ ରେ କୃଷି ବିଭାଗ ତରଫରୁତହସିଲଦାର ବିନୋଦ କୁମାର ବେହେରା ଏବଂ ବ୍ଳକ କୃଷି ସହକାରୀ ଅଧିକାରୀ ଶୁଭ ଦର୍ଶିନୀ ବେହେରା ଓ ସହକାରୀ କୃଷି ଅଧିକାରୀ ତୁଷାର କାନ୍ତ ବେହେରା ଙ୍କ ସହଯୋଗ ରେ ଭୁତ ସରସିଙ୍ଗି, ଆଛୁଲି, ଭୀମ ପୁର, ରଣ ଝାଲୀ, ଗାଙ୍ଗ ଦହଣି,ଜାମୁନି, ପଞ୍ଚାୟତ ଗୁଡିକ ରେ ଥିବା ସାର ଦୋକାନ ଗୁଡିକରେ ମିଳିତ ଚଢ଼ାଉ କରି, ß କାଗଜ ପତ୍ର ଯାଞ୍ଚ କରିବା ସହ ଗୋଦାମ ଗୁଡିକ ର uu | ତେବେ ଆଜି ଭୁତ ସରସିଙ୍ଗି ଠାରେ ରାତ୍ର ତିନି ଘଣ୍ଟ ରୁଛୋଟ ପିଲା ମାନଙ୍କୁ ଛାଡି ଆସିସାରପାଇଁ ଧାଡି ଲମ୍ବା ଲାଇନ ଲଗାଇଥିଲେ | ଏବଂ ବହୁତ ବହୁତ ଅସୁବିଧା ସାର କଳା ବଜାରୀ ହେଉ ଥିବାର କହିଥିଲେ |

ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଓ ଥାନା ଆଇ ଆଇସି ରାଜେଶ ନାୟକ, ଓଷ୍ଟାଫ ପହଞ୍ଚି ବାରୁ ଏକହଜାର ରୁ ଅଧିକ ଚାଷୀ ଙ୍କୁ ଆୟତ କରିଥିଲେ | ତେବେ ସାର ଦର ଉପରେ ତହସିଲଦାର ଓ କୃଷି ଅଧିକାରୀ ପଚାରିବାରୁ ସେମାନେ 505ଟଙ୍କା କହିବା ଉପରେ ତହସିଲଦାର ୟୁରିଆ ସାର 275 ଓ ନାନୋ ତରଳ ଲିକ୍ୟୁଏଡ଼ 225 ମିଶି ମୋଟ 500 ଟଙ୍କା ଓ ଲେବର ଚାର୍ଜ ମିଶି ମୋଟ 505 ଟଙ୍କା ହେଉଅଛି |।

ତେଣୁ ସରକଳାବଜାରୀ ହେଉଥିବାର ଯାହା ପ୍ରଚାର ହେଉଛି ତାହା ବୁଝିବାର ଭୁଲ ଯୋଗୁଁ ଏପରି ପ୍ରଚାର ହେଉଛି ବୋଲି ତହସିଲଦାର ବିନୋଦ ବେହେରା ଓ କୃଷି ସହକାରୀ ଅଧିକାରୀ ତୁଷାର କାନ୍ତ ବେହେରା ଉପସ୍ଥିତ ଚାଷୀଙ୍କ ମତାମତ ନେଇ ସେମାନଙ୍କୁ ଏହା ଉପରେ ବୁଝାଇ ଥିଲେ |

ତେଣୁ ଚାଷୀଙ୍କ ଭୁଲ ବୁଝାମଣା ଯୋଗୁଁ ଏପରି ଗୁଜବ ପ୍ରଚାର କରି ସୋସାଇଟି ଓ ସମସ୍ତଙ୍କୁ ବଦ ନାମ କରାଯାଉଛି ବୋଲି ସୋସାଇଟି ର ସଭାପତି ଶୁଭ୍ରଜିତ ପାଢ଼ୀ କହିଛନ୍ତି | (ରିପୋର୍ଟ ପ୍ରସନ୍ନ କୁମାର ଦାସ)
