You are currently viewing ଖଲ୍ଲିକୋଟ ;10 ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି କଲ୍ୟାଣ ମଣ୍ଡପ, ଜରାଜୀର୍ଣ୍ଣ ହୋଇ ପଡିଛି ମର୍ଦରାଜ ଟାଉନ ହଲ |
ଖଲ୍ଲିକୋଟ ;10 ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି କଲ୍ୟାଣ ମଣ୍ଡପ, ଜରାଜୀର୍ଣ୍ଣ ହୋଇ ପଡିଛି ମର୍ଦରାଜ ଟାଉନ ହଲ |

ଖଲ୍ଲିକୋଟ ; 10/12 ଖଲ୍ଲିକୋଟ ଏନ ଏ ସି ର ଗତ 2013 ମସିହାରେ ତତ୍କାଳୀନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ପୋତି ଆରମ୍ଭ ହୋଇଥିବା ଟାଉନ ହଲ ଦୀର୍ଘ 10 ବିତି ଯାଇଥିବା ବେଳେ ଏଯାବତ କାର୍ଯ୍ୟକ୍ଷମ ହୋଇପାରିନି |ଈତି ମଧ୍ୟରେ ଟାଉନ ହଲ ର ପାଚେରୀ ଓ ବିଦ୍ୟୁତ କରଣ କର୍ଯ୍ୟ ଶେଷ ହୋଇଥିବା ବେଳେ ଆବଶ୍ୟକ ରାସ୍ତା ଓ ପାନୀୟ ଜଳ ର ସୁବିଧା ଅଭାବରୁ ଏନ ଏ ସି ର ଏକ ମାତ୍ର ଟାଉନ ହଲ ଏଯାବତ କାର୍ଯ୍ୟକ୍ଷମ ନ ହେବା ଫଳରେ ସାଧାରଣ ରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି | ନିର୍ମାଣ କାର୍ଯ୍ୟରେ ମନ୍ଥରତା ଯୋଗୁ ଏନ ଏ ସି ର ବହୁ କଲ୍ୟାଣକାରୀ ଯୋଜନା ଫଳପ୍ରଦ ହୋଇପାରୁନି |ବର୍ତମାନ ଏହି ଟାଉନ ହଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟରେ ପହଂଚି ଥିବା ଏନ ଏ ସି ର ପୂର୍ବରେ ଓ ଦକ୍ଷିଣ ଦିଗରେ ଦୁଇଟି ଶୀତତାପ ନିୟନ୍ତ୍ରିତ ଟାଉନ ହଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଲାଣି | ଏପରି ସ୍ଥଳେ ଗତ 1991 ମସିହାରେ ମାର୍ଦରାଜ ଟାଉନ ହଲ କୁ ଖଲ୍ଲିକୋଟ ଏନ ଏ ସି କୁ ବେସରକାରୀ ଭାବେ ହସ୍ତାନ୍ତର କରାଯାଇ ଏକ ପାଠାଗାର ଖୋଲା ଯା କଳିଙ୍ଗ ସମ୍ରାଟ ବିଜୁ ବାବୁ ଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା |କିଛି ବର୍ଷ ଚାଲିବା ପରେ ପାଠାଗାର ଅଚଳ ହୋଇପଡ଼ିଥିଲା |ବର୍ତମାନ ଉକ୍ତ ମାର୍ଦରାଜ ତାଉଁହଲ ଭାଙ୍ଗି ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିବା ସହ ଓଡିଶା ର ଦ୍ୱତୀୟ ବୃହତ୍ତମ ଜଗନାଥ ମନ୍ଦିର ଓ ବହୁତୀ ମନ୍ଦିର ମଧ୍ୟରେ ରହି ମନ୍ଦିର ର ଶୋଭା କୁ ନଷ୍ଟ କରୁଛି |ଏହି ଜରାଜୀର୍ଣ୍ଣ କୋଠା କୁ ରୂପାନ୍ତରିକରଣ କରି ମାର୍ଦରାଜ ସ୍ମାରକୀ ପ୍ରେଖ୍ୟାଳୟ କରିବା ପାଇଁ ମାର୍ଦରାଜ ଉତ୍ସବ ପ୍ରସ୍ତୁତି ବୈଠକ ରେ ବହୁବାର ଏନ ଏ ସି ଅଧକ୍ଷ ଓ ବିଧାୟିକା ଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଉପରୁ ଆଦେଶ ନାହିଁ ବୋଲି କହି ଏଡ଼ାଇ ଦିଆଯାଉଛି |ତେଣୁ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ 5 ଟି ଅଧକ୍ଷ ଭି କେଁ ପାଣ୍ଡିଆନ ହସ୍ତକ୍ଷେପ କରିବା ପାଇଁ ଦାବି ହେଉଛି | ଏଣେ ଖଲ୍ଲିକୋଟ ଏନ ଏ ସି ର ସାମଗ୍ରିକ ବିକାଶ ବାବଦ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏହି ଜରାଜୀର୍ଣ୍ଣ ମାର୍ଦରାଜ ଟାଉନ ହାଲ କେଉଁ ସ୍ୱାର୍ଥ ପାଇଁ ବଳି ପଡ଼ୁଛି ବୋଲି ସାଧାରଣ ରେ ଭୃକୁଞ୍ଚନ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )