ଆଉ କିଛି ଘଣ୍ଟାର ଅପେକ୍ଷା। ଦେଶ ପାଳିବ ୭୯ତମ ସ୍ବାଧୀନତା ଦିବସ। ଏହି ଅବସରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ।ବେଗୁନିଆପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ବେଗୁନିଆପଡ଼ା ସହର ପରିକ୍ରମା କରି କୋଦଳା ସହର ପରିକ୍ରମା କରିଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସଶ୍ମିତା ଶତପଥୀ, ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ବରିଷ୍ଠ ବିଜେପି ନେତା ଚିତ୍ରସେନ ପରିଡା ସମସ୍ତ ମଣ୍ଡଳ ସଭାପତି ସମସ୍ତ ବ୍ଲକ୍ କର୍ମଚାରୀ, ଛାତ୍ର ଛାତ୍ରୀ, ବହୁ ବିଜେପି ନେତା ଓ କର୍ମକର୍ତ୍ତା ମାନେ ଏକାଠି ହୋଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶହ ଶହ ସଂଖ୍ଯାରେ ମୋଟରସାଇକେଲ ଶୋଭାଯାତ୍ରା ବାହାରି ତ୍ରିରଙ୍ଗା ପତାକା ଧରି ତ୍ରିରଙ୍ଗା ପାଇଁ ବାର୍ତ୍ତା ବାଣ୍ଟିଛନ୍ତି। ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମକ ଭାବନାରେ ଭାଇଚାରାର ସନ୍ଦେଶ ଦେଇଛନ୍ତି। ୭୯ ତମ ସ୍ବାଧୀନତାର ଅମୃତ ମହୋତ୍ସବ ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିବା କହିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ତ୍ରିରଙ୍ଗା ଆମର ଗୌରବ, ତ୍ରିରଙ୍ଗା ଆମର ଅସ୍ମିତା, ତ୍ରିରଙ୍ଗା ଆମର ପରିଚୟ। ସମସ୍ତେ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇ ରାଷ୍ଟ୍ର ପ୍ରତି ଆମର ସମ୍ମାନ ଜଣାଇବା ଏବଂ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛନ୍ତି ବିଧାୟକ ଓ ଏନ୍ ଏ ସି ଅଧକ୍ଷ।

ବେଗୁନିଆପଡ଼ାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାକୋଦଳା
- Post author:Prafulla Sabat
- Post published:August 14, 2025
You Might Also Like

ପୁରୁଷୋତ୍ତମପୁର ଏନଏସିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି

ଲଗାଣ ବର୍ଷାରେ ଘାଟିରେ ଖସିଲା ଅତଡ଼ା, ରାସ୍ତା ଅବରୋଧ

ସାନଖେମୁଣ୍ଡି ର ଉସ୍ତା ଠାରେ ଜୀବନ ବିନ୍ଦୁ ଶିବିର ୬୪ ୟୁନିଟ ରକ୍ତ ସଂଗ୍ରହ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଗବେଷକ ସମ୍ମିଳନୀ ଅନୁଷ୍ଠିତ ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ବ୍ରହ୍ମପୁରରେ ‘ଉଡାଣ ୨୦୨୪’ କାର୍ଯ୍ୟକ୍ରମ ଆୟୋଜିତ ।

ଭଞ୍ଜନଗର ବ୍ଲକ ମାଧ୍ୟମିକ ପ୍ରଧାନଶିକ୍ଷକଙ୍କ ମାସିକ ବୈଠକ

କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସହାୟତା ପ୍ରଦାନ।

ଆମ୍ବ ଟାକୁଆର କୋଇଲି ଜାଉ ଖାଇ ୨ ମୃତ, ୬ ଗୁରୁତର

କନ୍ଧମାଳ ଜିଲ୍ଲା ସ୍ତରୀୟ ଘରୋଇ ବସ ମାଲିକ ସଙ୍ଘର ମିଳିତ ଅଧିବେଶନ

ପୁରୁଷୋତ୍ତମପୁର ପ୍ରାଥମିକ ଶିକ୍ଷକ ସଙ୍ଘ ଦ୍ଵାରା ସିନିଏର ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |

କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଉଁସିଆପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପୁନଃ ଖୋଲିବା ଦାବିରେ ଗଣ ଧାରଣା
