ଖଲ୍ଲିକୋଟ : 31/1 ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ଥାନୀୟ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ପରିସର ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମ ରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ ଶିବିର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା ଓଡିଶା ସରକାର ସହରାଞ୍ଚଳ ରେ ରାସ୍ତା, ଡ୍ରେନ, ପରିମଳ ଓ ସ୍ୱଚ୍ଛତା ସାଙ୍ଗକୁ ପାନୀୟ ଜଳ ଓ ମୁକ୍ତା ଯୋଜନା ମାଧ୍ୟମ ରେ ମହିଳା ମାନଙ୍କୁ ସଶକ୍ତ କରିବା ସହ ଜାଗା ମିଶନ ଭଳି ଏକ ଯୁଗାନ୍ତକାରୀ ଯୋଜନା ମାଧ୍ୟମ ରେ ବହୁ ଭୂମି ହୀନ ଲୋକ ଭିଟାମାଟି ପାଇଥିବା ପ୍ରକାଶ କରିଥିଲେ |

ଆୟୋଜିତ କାର୍ଯ୍ୟକ୍ରମ ରେ ନିର୍ବାହୀ ଅଧିକାରୀ ରାଜ କିଶୋର ମହାପାତ୍ର ଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଇସି ହାଁସଦା , ମୁକ୍ତା ଯନ୍ତ୍ରୀ ବିଧୁ ଭୂଷଣ ମହାକୁଡ଼, ସି ପି ଏମ ରାଜେଶ କୁମାର ପାତ୍ର, କାଉ ନସିଲର ନାରାୟଣ ପାଢ଼ୀ, ପ୍ରଦୀପ କୁମାର ପଟ୍ଟନାୟକ, ସୁଜାତା କୁମାରୀ ସାମନ୍ତ, ସନ୍ତୋଷୀ ଦାସ, ବଳରାମ ବେହେରା, ନାରାୟଣ ବାରିକ,
ଅଶୋକ କୁମାର ସେଠି, ବଳରାମ ପରିଡା ପ୍ରମୁଖ ଯୋଗ ଦେଇଥିଲେ |ଏ ଅବସର ରେ କୁନି କୁନି ପିଲାଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )

