You are currently viewing ଭାଟ କୁମାତଡା ଆଦର୍ଶ ବିଦ୍ୟାଳୟ ର 10 ମ ତମ ସଂଘଟନ ଦିବସ ପାଳିତ
ଭାଟ କୁମାତଡା ଆଦର୍ଶ ବିଦ୍ୟାଳୟ ର 10 ମ ତମ ସଂଘଟନ ଦିବସ ପାଳିତ

ଭାଟକୁମରଡାରେ ଥିବା ଆଦର୍ଶ ବିଦ୍ୟାଳୟ ର 10 ମ ତମ ଆଦର୍ଶ ବିଦ୍ୟାଳୟ ସଂଗଠନ ସ୍ଥାପନ ଦିବସ ମହାସମାରୋହ ରେ ପାଳିତ ହୋଇଛି | ଏଥିରେ ମୁଖ୍ୟ ଅତିଥି ଭାବରେ ପୁରୁଷୋତ୍ତମ ପୁର ପଂଚାୟତ ସମିତି ଅଧ୍ୟକ୍ଷା ପିଙ୍କି ବେହେରା ଯୋଗଦେଇ ଥିଲେ |ଏହା ସହିତସମ୍ମାନୀତ ଅତିଥିଭାବେପୁରୁଷୋତ୍ତମପୁର ବିଡ଼ିଓ ଶ୍ରୀ ମନୋଜ କୁମାର ନାୟକ, ପୁରୁଷୋତ୍ତମପୁର ତହସିଲଦାର ସୁଶ୍ରୀ ଲୋପାମୁଦ୍ରା ରଥ, ଭାଟକୁମରଡା ସରପଞ୍ଚ ମନମୋହିନୀ ପଲାଇ, ସମିତି ସଭ୍ୟ କୋରାନାଥ ସ୍ୱାଇଁ ଯୋଗ ଦେଇଥିଲେ | ବିଡ଼ିଓ ପିଲା ମାନଙ୍କୁ ନିଜ ପାଠ ପଢା ସହ ଟେକ୍ନୋଲୋଜି ର ବ୍ୟବହାର କୁ ଗୁରୁତ୍ୱ ଦେଇଥିଲେ ଏବଂ ଟେକ୍ନୋଲୋଜିର ସଦୁପଯୋଗ କରି ମାନବ କଲ୍ୟାଣ କିପରି କରାଯାଇପାରିବତା ବିଷୟ ରେ ଆହ୍ୱାନ ଦେଇଥିଲେ |.

ତହସିଲଦାର ମାଡାମ ପିଲାମାନଙ୍କୁ ନିଜର ଅନ୍ତର୍ନିହିତ ଗୁଣାବଳୀ ଓ ଦକ୍ଷତା ର ବିକାଶ କରିବା ପାଇଁ ଶିକ୍ଷକ ମାନଙ୍କର ସାହାଯ୍ୟ ନେବାପାଇଁ ଉତ୍ସାହିତ କରିଥିଲେ | ମୁଖ୍ୟ ଅତିଥି ପିଲାଙ୍କୁ ବିଦ୍ୟାଦାନ ସହ ସତ ଚରିତ୍ର ଗଠନ କିପରି ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ | ଏହା ପରେ କିଛି କୃତି ପ୍ରତିଯୋଗୀ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଈ ଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |ସମସ୍ତ କାର୍ଯ୍ୟ କୁ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର ସଂଯୋଜନା କରିଥିଲେ |ମଞ୍ଚ ପରିଚାଳନା ଶ୍ରୀମତୀ ରୋଜି ମିଶ୍ର କରିଥିଲେ | ଶେଷରେ ଶ୍ରୀମତୀ ଅଙ୍କିତା ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ |