You are currently viewing ସୁସ୍ଥ ହୋଇ ଫେରିଲା ପୂର୍ଣଚନ୍ଦ୍ର
ସୁସ୍ଥ ହୋଇ ଫେରିଲା ପୂର୍ଣଚନ୍ଦ୍ର

ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ଏନ ଲୁହାକୋଟ ଗ୍ରାମର ପ୍ରହଲ୍ଲାଦ ନାହାକଙ୍କ ପାଞ୍ଚ ବର୍ଷର ଶିଶୁ ପୂର୍ଣଚନ୍ଦ୍ର ନାହାକ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଥିଲା ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଶିଶୁଟିର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ | ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ମୂର୍ତ୍ତି ହାର୍ଟର ଇକୋ କରେଇବା ପାଇଁ ପରାମର୍ଶ ଦେଇଥିଲେ, ଇକୋ ରୁ ଜଣା ପଡିଥିଲା ଯେ ତାର ହାର୍ଟରେ ଛୁଦ୍ର ଅଛିବୋଲି ! ପୂର୍ଣଚନ୍ଦ୍ରକୁ ୭ ତାରିଖରେ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲକୁ ପଠେଇଥିଲେ ଓ ସେଠାରେ ଅପେରସନ ହୋଇ ସୁସ୍ଥ ହୋଇ ଫେରିଛି | ତାର ସମସ୍ତ ଖର୍ଚ୍ଚ ସମ୍ପୂର୍ଣ ମାଗଣାରେ ହୋଇଛି ବୋଲି ଆୟୁଷ ଡ଼ା ଜୟଦେବ ନାୟକ କହିଛନ୍ତି | ଏହିପରି ପ୍ରାୟ ବେଗୁନିଆପଡା ବ୍ଲକର 10 ଜଣ ଶିଶୁଙ୍କ ହାର୍ଟ ,12 ଜଣ ଶିଶୁଙ୍କ ଗ୍ରହଣ ଖଣ୍ଡିଆ,13 ଜଣ ଶିଶୁଙ୍କ ପାଦ ବଙ୍କା ଅପେରସନ ମାଗଣାରେ କରେଇଛନ୍ତି ଏବଂ ପୃଷ୍ଟି ହୀନନ୍ତା ଶିଶୁଙ୍କ ଉତ୍ତମ ଚିକତ୍ସା ତଥା ଅନେକ ଜନ୍ମଗତ ତ୍ରୁଟି ବୟସ ଗତ ତ୍ରୁଟିର ସଫଳ ଚିକିତ୍ସା କରେଇଛନ୍ତି | କିନ୍ତୁ ଦୁର୍ଭାଗ୍ୟ ର କଥା ଏହିକିଯେ ଆର ବି ଏସ କେ ଟିମ ଦୀର୍ଘ ଦଶ ବର୍ଷ ହେଲା ଚାକିରୀ କରିବା ସତ୍ୱେ ସେମାନଙ୍କର ଚାକିରୀ ସ୍ଥାୟୀ ହୋଇପାରି ନାହିଁ | ସେମାନଙ୍କ ଏହି ନିରବଛିନ୍ନ ସେବା ପାଇଁ କୋଦଳା ଅଞ୍ଚଳର ବୁଦ୍ଧିଜୀବୀ ଗହଣରେ ପ୍ରଶଂସାର ସୁଅ ଛୁଟିଛି ତା ସଙ୍ଗେ ସଙ୍ଗେ ସେମାନଙ୍କର ଚାକିରୀ ସ୍ଥାୟୀ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି |
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।