You are currently viewing ବିଶ୍ଵକର୍ମା ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଧ୍ୟେଶ୍ୟ ରେ ଦାବୀପତ୍ର ପ୍ରଦାନ
ବିଶ୍ଵକର୍ମା ସମାଜ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଧ୍ୟେଶ୍ୟ ରେ ଦାବୀପତ୍ର ପ୍ରଦାନ

କୋଦଳା, ଏବେ ବି ଅବହେଳିତ ଅବସ୍ଥାରେ ଅଛନ୍ତି ବିଶ୍ୱକର୍ମା ସମାଜ | ଓଡିଶାର ପ୍ରତ୍ୟେକ ଜିଲ୍ଲା ମାନଙ୍କରେ ଥିବା ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କରି ନିଜର କଳା କାରିଗରୀ ର ସ୍ପର୍ଶ ରେ ଭକ୍ତମାନଙ୍କୁ ଅଭିଭୂତ କରି ଆସୁଛନ୍ତି ବିଶ୍ୱକର୍ମା ସମାଜ । ତଥାପି ଏହି କୁଶଳୀ କାରିଗର ମାନଙ୍କ ପରିଣତ ବୟସରେ ଆର୍ଥିକ ଅବସ୍ଥା ଅସ୍ଵଛଳ ଯୋଗୁଁ ପରିବାର ଚଳାଇବାରେ ସମର୍ଥ ହୋଇ ପାରୁ ନାହାନ୍ତି । ଯାହା ଫଳରେ ଗଞ୍ଜାମ ଜିଲ୍ଲା ଆଠଗଡ଼ ତାଳୁକା ତରଫରୁ ଏକ ସାମୁହିକ ଦାବିପତ୍ର ବେଗୁନିଆପଡା ବ୍ଲକ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଧ୍ୟେଶ୍ୟରେ ପ୍ରଦାନ କରାଯାଇଛି | ଦାବୀ ଗୁଡିକ ହେଲା ନିର୍ମାଣ ଶ୍ରମିକ ଓ ଅଣସଂଗଠିତ ଶ୍ରମିକ ଶ୍ରେଣୀରେ ସାମିଲ କରି ଯୋଜନା ମୁତାବକ ସରକାରୀ ସୁବିଧା ଯୋଗାଇବାର ବ୍ୟବସ୍ଥା କରାଯାଇଥିବା ବେଳେ ପରିଣତ ବୟସରେ କୁଶଳୀ କାରିଗର ମାନଙ୍କ ଭତ୍ତା ବାବଦ ଅର୍ଥ ବୃଦ୍ଧି କରିବା ସହ ସମସ୍ତଙ୍କୁ ଏକ ପରିଚୟ ପତ୍ର ଦେଇ ସ୍ୱତନ୍ତ୍ର କୁଶଳୀ କାରିଗର ଶ୍ରେଣୀରେ ସାମିଲ କରାଇବା, ବଢେଇ ମହାରଣା କାରିଗର ମାନଙ୍କୁ ରିହାତି ଦରରେ କାଠ ଚୟନ କରିବାର ସରକାରୀ ସୁବିଧା ବ୍ୟବସ୍ଥାର ପ୍ରାବଧାନ କରି ବଢେଇ ମାନଙ୍କର ପାରିବାରିକ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ପ୍ରଦାନ କରିବା ପ୍ରମୁଖ ଦାବିନେଇ ସମଗ୍ର ମହାରଣା କାରିଗର, ସମଗ୍ର ଗଡ଼ ରାଜ୍ୟ, ଗଞ୍ଜାମ ଜିଲ୍ଲା ର ବିଶ୍ୱକର୍ମା ସମାଜ ଦାବୀ କରିଛନ୍ତି | ଆଠଗଡ଼ ତାଳୁକା ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଏଵଂ ସମ୍ପାଦକ ଭରତ ମହାରଣା ଙ୍କ ତତ୍ୱାବଧାନ ରେ ସଂଘ ତରଫରୁ ଏହି ଦାବୀପତ୍ର ପ୍ରଦାନ କରାଯାଇଥିବା ବେଳେ ଦାବୀପତ୍ର ପ୍ରଦାନ ବେଳେ ବହୁ ବିଶ୍ୱକର୍ମା କାରିଗର ଉପସ୍ଥିତ ଥିଲେ |
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।