ରାଜଗାଙ୍ଗପୁର:- ୧୮.୧୦.୨୦୨୫- ଆଜି ଠାରୁ ରାଜ୍ୟରେ ମାସ ବ୍ୟାପୀ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଆଜି ମଧ୍ୟାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚ଼ରଣ ମାଝୀ ସାଇବର ଠକେଇ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ଜନସାଧାରଣ ବିଶେଷ କରି ଯୁବପିଢୀ ଲୋଭ, ଡ଼ର ଓ ଦାୟୀତ୍ବହୀନତା ଠାରୁ ଦୂରେଇ ରହିଲେ, ଏହି ସାଇବର ଠକାମୀ ଠାରୁ ଦୂରେଇ ରହିପାରିବେ ବୋଲି ମତବ୍ୟକ୍ତ କରିଛନ୍ତି। ଆଜିର ଡିଜିଟାଲ ଯୁଗରେ ଦୈନନ୍ଦିନ ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କ ଓ ସଚ଼େତନ ରୁହନ୍ତୁ, ସାବଧାନତା ଅବଲମ୍ବନ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ।

ଏହାଦ୍ୱାରା ଅର୍ଥନୈତିକ ଓ ଅନ୍ୟାନ୍ୟ ଠକେଇ ଠାରୁ ସୁରକ୍ଷିତ ରହିପାରିବେ ବୋଲି ସେ କହିଛନ୍ତି । ଅଜଣା ଓ ସନ୍ଦେହଯୁକ୍ତ ବ୍ୟକ୍ତିଙ୍କୁ ଓ.ଟି.ପି. ଏବଂ ନିଜର ବ୍ୟକ୍ତିଗତ ତଥ୍ଯ ପ୍ରଦାନ ନ କରିବାକୁ କହିଛନ୍ତି ।

ସାଇବର ସେଫ୍ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପୋଲିସକୁ ସଶକ୍ତ ଓ ଆଧୁନିକିକରଣ କରାଯାଉଛି । କୌଣସି ପ୍ରକାରର ସାଇବର ଅପରାଧିଙ୍କ ଶିକାର ହେଲେ ୧୯୩୦ ନମ୍ବରରେ ପୋଲିସର ଦୃଷ୍ଟି ଆକର୍ଷଣ କରିବାକୁ କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ରାଜଗାଙ୍ଗପୁର କମ୍ଯୁନିଟି ସେନ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିକାରୀଗଣ, ଛାତ୍ରଛାତ୍ରୀ, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସାଇବର ଠକେଇ ଠାରୁ ଦୂରେଇ ରହିବା ପାଇଁ ସଚ଼େତନତା ମୂଳକ ଶପଥ ପାଠ କରାଇଥିଲେ । ସାଇବର ଠକେଇ ସଂପର୍କିତ ବିଭିନ୍ନ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା
ରିପୋର୍ଟ:ଅବଦୁଲ ରଜାକ ଖାନ
