You are currently viewing ବୈଜ୍ଞାନିକ ହେଲେ ଘୁମୁସର ର ପୁଅ ସ୍ୱରୂପ, ବିପଦର ବନ୍ଧୁ ପକ୍ଷରୁ ଭବ୍ୟ ସମ୍ମାନ ପ୍ରଦାନ
ବୈଜ୍ଞାନିକ ହେଲେ ଘୁମୁସର ର ପୁଅ ସ୍ୱରୂପ, ବିପଦର ବନ୍ଧୁ ପକ୍ଷରୁ ଭବ୍ୟ ସମ୍ମାନ ପ୍ରଦାନ

ଭଞ୍ଜନଗର, ବଡକୋଦଣ୍ଡା ଗ୍ରାମର ଡାକ୍ତର ସ୍ୱରୂପ ରଞ୍ଜନ ମିଶ୍ର ବର୍ତମାନ ଗୂଗଲ ଡିପ ମାଇଣ୍ଡ ରିସର୍ଚ୍ଚ ସାଇଣ୍ଟିଷ୍ଟ ଭାବେ ନିଯୁକ୍ତି ପାଇଛନ୍ତି. ସେ 2007 ମସିହା ରେ ଦିହପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଦଶମ ଶ୍ରେଣୀ ରେ ଉତୀର୍ଣ୍ଣ ହେବା ପରେ 2008 ମସିହା ରେ ବିଜେବି କଲେଜ ଭୁବନେଶ୍ୱର ରେ ଶିକ୍ଷା ଅଧ୍ୟାୟନ କରିଥିଲେ ପରେ ସିଲିକନ ଯାଇ 2010 ମସିହା ରେ ଇଞ୍ଜିନିଅରିଂ ସରିବା ପରେ ଏମ ଟେକ କରି କାନପୁର ରେ ଆଇ ଆଇ ଟି ସାରି 2016 ସାଇଣ୍ଟିଷ୍ଟ ରିସର୍ଚ୍ଚ ପାଇଁ ୟୁ ଏସ ଏ ଯାଇଥିଲେ 2023 ମସିହା ରେ ସେ ପଦବୀ ହାସଲ କରିଥିଲେ।ତାଙ୍କର ଏହି ସଫଳତା ପାଇଁ ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡ଼ିହ ପଢାଳ ଠାରେ ସ୍ୱେଚ୍ଛାସେବୀ ସଙ୍ଗଠନ ବିପଦର ବନ୍ଧୁ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ, ରୌପ୍ୟ ମୂର୍ତ୍ତି ଓ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।ଏହି ଉତ୍ସବରେ ବିଦ୍ୟାଳୟର ସଭାପତି ଡ଼. ପ୍ରଦୀପ କୁମାର ପଟ୍ଟନାୟକ, ସମ୍ପାଦକ ପଦ୍ମନାଭ ପ୍ରଧାନ, ପଢାଳ ସରପଞ୍ଚ ରୋଜି ବରାଡ଼,ବଡ଼ କୋଦଣ୍ଡା ସରପଞ୍ଚ ପ୍ରତିନିଧି ହୃଷିକେଶ ପ୍ରଧାନ, ସମାଜସେବୀ ଶୂଳପାଣି ଶତପଥୀ, ବିପଦର ବନ୍ଧୁ ଅନୁଷ୍ଠାନ ର କେ. ଶଙ୍କର ନାରାୟଣ ପାତ୍ର,ପ୍ରଧାନ ଗୁରୁଜୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚାସୀନ ଥିଲେ।ସୁଶାନ୍ତ କୁମାର ବେହେରା ଓ ଅରକ୍ଷିତ ପରିଛା ସଭା ପରିଚାଳନା କରିଥିଲେ। ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗ୍ରାମର ବିଜୟ କୁମାର ମିଶ୍ର ଓ ମାତା ସୁଧାରାଣୀ ମିଶ୍ରଙ୍କ ପୁତ୍ର ହେଉଛନ୍ତି ସ୍ୱରୂପ।ଗତ ୨୦୦୭ମସିହା ମାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟରୁ ସଫଳତା ର ସହ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ କାର୍ଲି ଫର୍ଣ୍ଣିଆରେ ଗୁଗୁଲ ଡିପ୍ ମାଇଣ୍ଡ ରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି।ସ୍ୱରୂପ ଓ ତାଙ୍କର ଟିମ୍ ଗତ ଇଣ୍ଟର ନ୍ୟାସନାଲ ମ୍ୟାଥ ଅଲମ୍ପିଆଡ଼ରେ ସିଲଭର ମେଡାଲ ପାଇବାରେ ସକ୍ଷମ ହୋଇଛନ୍ତି।ତେଣୁ ତାଙ୍କର ଏହି ସଫଳତା ଘୁମୁସର ମାଟି ପାଇଁ ଗର୍ବ ଓ ଗୌରବ ବୋଲି ଅତିଥିମାନେ କହିଛନ୍ତି।ଏଥିରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟମାନେ ସହଯୋଗ କରିଥିଲେ।