You are currently viewing ବାରଖମା ପଞ୍ଚାୟତକୁ ନୂତନ ବ୍ଲକ ଗଠନ ଦାବି : ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଗର୍ଜନ କଲେ ୮ ପଞ୍ଚାୟତ ବାସିନ୍ଦା
ବାରଖମା ପଞ୍ଚାୟତକୁ ନୂତନ ବ୍ଲକ ଗଠନ ଦାବି : ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଗର୍ଜନ କଲେ ୮ ପଞ୍ଚାୟତ ବାସିନ୍ଦା

ବାଲିଗୁଡା ,୧୮/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା କୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ ଭେଷଭୂଷା ସହ ଅସ୍ତ୍ର ଶସ୍ତ୍ର ଧରି ବାଲିଗୁଡା ରେ ଗର୍ଜନ କରିଛନ୍ତି । ନୂତନ ବ୍ଲକ ନାହିଁ ତ ଲୋକ ପ୍ରତିନିଧି ଓ ପ୍ରଶାସନକୁ ପ୍ରବେଶ ନାହିଁ ରଣ ହୁଙ୍କାର ର ସହ ଗର୍ଜନ ସମାବେଶ କରିଛନ୍ତି । ଜାନୁୟାରୀ ୧୦ ତାରିଖରେ ସୁଡ୍ରା ଠାରେ ୮ ପଞ୍ଚୟତ ଯଥା:- ବାରଖମା ,ସୁଡ୍ରା ,ରେବିଙ୍ଗିଆ ,ସଲାଗୁଡା,ସିନ୍ଦ୍ରିଗାଁ ,କୁଟିକିଆ, ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଶତାଧିକ ଲୋକ ଓ ଲୋକ ପ୍ରତିନିଧି ଏକତ୍ରିତ ହୋଇ ଗାନ୍ଧୀ ଛକ ଠାରୁ ପାରମ୍ପରିକ ଭେଷ ଭୂଷା , ବାଦ୍ୟଯନ୍ତ୍ର ଓ ଅସ୍ତ୍ର ଶସ୍ତ୍ର ଧରି ଏକ ବିରାଟ ପଟୁ ଆରରେ ଶୋଭାଯାତ୍ର କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଗର୍ଜନ ସମାବେଶ ରେ ବ୍ଲକ ସଂଗ୍ରାମ ମଞ୍ଚ ବାରଖମା ସଭାପତି ଜୟ ଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁ ଙ୍କ ସମେତ ଉପ ସଭାପତି ବିଜେଶ୍ଵର ମଲ୍ଲିକ ,ଜୟରାମ ଦଣ୍ଡିଆ, ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର ,ରେବିଙ୍ଗିଆ ସରପଞ୍ଚ ରଞ୍ଜୁଳତା ମଲ୍ଲିକ ,ସମିତିସଭ୍ୟ ସୁଗ୍ରୀବ ମଲ୍ଲିକ ,ବାରଖମ ସରପଞ୍ଚ କୁମୁଦିନି ମଲ୍ଲିକ , ରକୁଟିକିଆ ସମିତି ସଭ୍ୟ ଦୟା ନିଧି ମଳିକ ,ଖମନଖୋଲ ସରପଞ୍ଚ ଚାନ୍ଧୁଲାଲ ମଳିକ ,,ସମିତି ସଭ୍ୟ ହେମ ସାଗର ମାଝି ,ଦେବେନ୍ଦ୍ର କୁଦେଈ ,ହିନ୍ଧୁ ପ୍ରଧାନ ,ଲକ୍ଷ୍ମୀ ନାରାୟଣ ଦଣ୍ଡିଆ ,ହେରଦ କୁମାର ନାୟକ ,ଉମା ଚରଣ ଦିଗାଳ,ସିଦ୍ଧେ ସ୍ଵର ଦିଗାଳ ,ଦୟାନିଧି ଦିଗାଳ ,ଉମେଶ ଚନ୍ଦ୍ର ନାୟକ,ଅମିୟ ପ୍ରଧାନ,ମିଇର କୁମାର ଦିଗାଳ ,କର୍ତ୍ତା ଦିଗାଳ ପ୍ରମୁଖ ସାମିଲ ହୋଇ ଥିଲେ । ଦୀର୍ଘ ୪୦ ବର୍ଷ ପରେ ନୂତନ ଆଶା ସଞ୍ଚାର ହୋଇଛି ରାଜ୍ୟର ବିଭିନ୍ନ ସ୍ଥାନରେ ନୂତନ ବ୍ଳଜ ଗଠନ ପାଇଁ ରାଜ୍ୟ ସରକାର ବିଚାର ବିମର୍ଶ ଆରମ୍ଭ କରିଛନ୍ତି । । ବାରଖମା ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ଅଧୀନରେ ରହିଥିବା ୮ ପଞ୍ଚାୟତର ଜନସାଧାରଣ ଙ୍କ ମନରେ ଉତ୍ସାହ ଦେଖାଦେଇଛି। ବାରଖମା କୁ ନୂତନ ବ୍ଲକ ଗଠିନ ପାଇଁ ଦୀର୍ଘ ୩ ବର୍ଷ ହେବ ବ୍ଲକ ସଂଗ୍ରାମ ମଞ୍ଚ ଦାବି କରି ଆସୁଥିଲେ । ପୂର୍ବରୁ ୨୦୨୪ ମସିହା ଫେବୃୟାରି ରେ ପୂର୍ବତନ ସରକାରଙ୍କୁ ୮ ପଞ୍ଚାୟତର ଶହ ଶହ ଲୋକ ଆସି ଏକ ବିରାଟ ଶୋଭାଯାତ୍ରା କରି ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । କିନ୍ତୁ କିଛି ସୁଫଳ ପାଇନଥିଲେ ।