You are currently viewing ଘୁମୁସର ଦକ୍ଷିଣ ବନଖଣ୍ଡ ତରଫରୁ ବନ ଅଗ୍ନି ନିୟନ୍ତ୍ରଣ କର୍ମଶାଳା
ଘୁମୁସର ଦକ୍ଷିଣ ବନଖଣ୍ଡ ତରଫରୁ ବନ ଅଗ୍ନି ନିୟନ୍ତ୍ରଣ କର୍ମଶାଳା

 ଭଞ୍ଜନଗର,୨୮/୧୨(ଶକ୍ତି ପ୍ରସାଦ କର) ଭଞ୍ଜନଗର ସ୍ଥାନୀୟ ଘୁମୁସର ଦକ୍ଷିଣ ବନ ଖଣ୍ଡ କାର୍ଯ୍ୟାଳୟ ପରିସରରେ ଆଗାମୀ 2024 ବର୍ଷର  ଗ୍ରୀଷ୍ମପ୍ରବାହକୁ ଆଖିରେ ରଖି  ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ କିଭଳି ଆଗୁଆ ବିକଳ୍ପ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ,ସେ ନେଇ ଏକ ପ୍ରାକ- ସଚେତନତା କର୍ମଶାଳା ଆୟୋଜନ ହୋଇଥିଲା । ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିକାରୀ  ଶ୍ରୀ ବିନୋଦ ଆଚାର୍ଯ୍ୟ ଏଥିରେ ଆବାହକତ୍ୱ  ଓ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସବିଶେଷ ସୂଚନା ରଖିଥିଲେ । ଘୁମୁସର ଉତ୍ତର ବନ ଖଣ୍ଡ  ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା,ବ୍ରହ୍ମପୁର ବନ ନିଗମ ପରିଚାଳକ ଶ୍ରୀ ଶଙ୍କର୍ଷଣ ବେହେରା ଓ ଉଭୟ ଉତ୍ତର ତଥା ଦକ୍ଷିଣ ବନ ଖଣ୍ଡର ସମସ୍ତ ନିମନ୍ତ୍ରିତ ଅଧିକାରୀ, ସହ ବନ ସଂରକ୍ଷକ, ବିଭିନ୍ନ ବନାଞ୍ଚଳରୁ ଆସିଥିବା ରେଞ୍ଜ ବନାଞ୍ଚଳ ଅଧିକାରୀ, ବନପାଳ,ବନରଖି ଓ ଅଫିସ କର୍ମଚାରୀ ବୃନ୍ଦ ଏଥିରେ ଭାଗ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନ୍ନିତ ଅତିଥି ଭାବେ ଘୁମୁସର ଉପ ଜିଲ୍ଲାପାଳ, ଭଞ୍ଜନଗର ଆଂଚଳିକ ପରିବହନ ଅଧିକାରୀ, ଭଞ୍ଜନଗର ସୂଚନା ଲୋକ ସମ୍ପର୍କ ଅଧିକାରୀ ,ଭଞ୍ଜନଗର ଅଗ୍ନିଶମ ଅଧିକାରୀଙ୍କ ସମେତ ବିଶିଷ୍ଟ ଉଦ୍ଭିଦବିଜ୍ଞାନବିତ  ଭଞ୍ଜନଗର ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡ଼ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ,  ଅବସରପ୍ରାପ୍ତ ଅଧ୍ୟକ୍ଷ  ପ୍ରଫେସର ଶ୍ରୀ ଯୁକ୍ତ କୃତିବାସ ବିଶ୍ୱାଳ,ଅବସର ପ୍ରାପ୍ତ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସ୍ବେଛାସେବୀ ଶ୍ରୀ ଶୂଳପାଣି ଶତପଥି, ଅବସରପ୍ରାପ୍ତ ବନାଞ୍ଚଳ ଅଧିକାରୀ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଅନୁପମ ବାନାର୍ଜୀ ,ପ୍ରକୃତିବନ୍ଧୁ  ଶିକ୍ଷକ ଶ୍ରୀ ଦ୍ବିତୀକୃଷ୍ଣ ଲେଙ୍କା ,ଘୁମୁସର ସମ୍ବାଦ ସମ୍ପାଦକ ଶ୍ରୀ ନେତାଜୀ ବିଷୋୟୀ,ସ୍ଵ।ତୀ NGO ,ଭୁବନେଶ୍ୱର ଓ LIPICA NGO,ବ୍ରହ୍ମପୁର ପ୍ରମୁଖଙ୍କ ସମେତ ଘୁମୁସର ଅଂଚଳର ସମସ୍ତ ସାମ୍ବାଦିକ, ଗଣ ମାଧ୍ୟମ ପ୍ରତିନିଧି ମାନେ ଏଥିରେ ସାମିଲ ଥିଲେ । ଆଗାମୀ ଗ୍ରୀଷ୍ମପ୍ରବାହ ପୂର୍ବରୁ ସରକାରଙ୍କ ବନ ଅଗ୍ନି ପରିଚାଳନା ଓ ଦମନ କୌଶଳ, ନିୟନ୍ତ୍ରଣ ତଥା ବନ,ପରିବେଶ ପ୍ରଦୂଷଣ ନିରାକରଣ  ଓ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କିତ ସମସ୍ତ ଯୋଜନାର ସଫଳ ରୂପାୟନ ଓ ଲୋକାଭିମୁଖୀ ନିମନ୍ତେ ଏହି କାର୍ଯ୍ୟକ୍ରମ ଅଭିପ୍ରେତ ଥିଲା ।

କାର୍ଯ୍ୟକ୍ରମରେ ସେକ୍ସନ ଅଧିକାରୀ ଶ୍ରୀ ଅଶୋକ ସାହୁ ପ୍ରାରମ୍ଭିକ ସୂଚନା ଦେଇ ମଞ୍ଚ ଆସୀନ ବ୍ୟକ୍ତିଙ୍କ ସ୍ୱାଗତ ସମ୍ଭାଷଣ କରିଥିଲେ ।କାର୍ଯ୍ୟକ୍ରମ ଅବସରରେ ନିଆଁ ସମ୍ପର୍କିତ ପ୍ରଚାର ପତ୍ର ବଣ୍ଟା ଯାଇଥିଲା । ପୋଲସରା ବନାଞ୍ଚଳ ଅଧିକାରୀ ଶ୍ରୀ ସଚିନ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।