ଖଲ୍ଲିକୋଟ :11/4 ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକ ଚାରି ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିଲି, ବି ଏନ ପୁର, ପଥରା ଓ କହେଁଇପୁର ରେ ଆଭାସୀ ମାଧ୍ୟମ ରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ସ୍ୱାସ୍ଥ୍ୟ ଯୋଜନା ଓ ବୟ ବନ୍ଦନ ସ୍ୱାସ୍ଥ୍ୟ ଯୋଜନା ର ଶୁଭାରମ୍ଭ ହୋଇ ଯାଇଛି | ଚିକିଲି ରେ ଖଲ୍ଲିକୋଟ ବ୍ଲକ ଅଧକ୍ଷ କୁମାରୀ ଦାସ, ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ବିଶ୍ୱାଳ ଡାକ୍ତର ଫକୀର ଚରଣ ଜେନା ଡାକ୍ତର ହୃଷିକେଶ ଭରଦ୍ୱାଜ ଓ ସାଂସଦ ପ୍ରତିନିଧି ଓ ବି ଜେ ପି ଯୁବ ନେତା ଅରୁଣ କୁମାର ଖୁଣ୍ଟିଆ, ସରପଞ୍ଚ ନୟନୀ ପ୍ରଧାବ ପ୍ରମୁଖ ଅତିଥି ମାନେ ଆୟୁଷ୍ମାନ ଭାରତ ହିତାଧିକାରୀ ମନକୁ ଡମି ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ |


ସେହିପରି ବି ଏନ ପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଜେପି ଯୁବ ନେତା ଯଜ୍ଞ ନାରାୟଣ ଦାଶ, ଡାକ୍ତର କରୁଣାକର ବେହେରା, ପୂବତନ ସରପଞ୍ଚ ସୁରେନ୍ଦ୍ର ନାଥ ସାହୁ ପ୍ରମୁଖ ଯୋଗ ଦେଇ ଆୟୁଷ୍ମାନ ଯୋଜନା ର ଶୁଭାରମ୍ଭ କରିଥିଲେ |ପଥରା ରେ ଡାକ୍ତର ସନ୍ଦୀପ କୁମାରୀ ଜେନା, ଡାକ୍ତର ଶୁଭଶ୍ରୀ ଦେବଦର୍ଶନୀ ଓ ପୂର୍ବତନ ସମିତି ସଭ୍ୟ ସକଳେଶ୍ୱର ଦାଶ ପ୍ରମୁଖ ସ୍ୱାସ୍ଥ୍ୟ କାର୍ଡ ର ଶୁଭାରମ୍ଭ କରିଥିଲେ |ସେହିପରି କହେଁଇପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମଧ୍ୟ ସ୍ୱାସ୍ଥ୍ୟ କାର୍ଡ ଯୋଜନା ର ଶୁଭାରମ୍ଭ ହୋଇଥିଲା |.


ସମସ୍ଥ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ସଚେତନେତା ରଥ ର ଶୁଭାରମ୍ଭ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି କର୍ମୀ ଆଶା କର୍ମୀ ଙ୍କ ସମେତ ସରପଞ୍ଚ ଓ ପି ଆର ଆଇ ସଭ୍ୟ ମନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ
