You are currently viewing ସୋରଡ଼ା ତହସିଲରେ ରାଜସ୍ବ ମେଳାବଣ୍ଟାଗଲା ଏକ ହଜାରରୁ ଉର୍ଦ୍ଧ୍ବ ପଟ୍ଟା!ପରିଲକ୍ଷିତ ହେଲା ଖଚାଖଚ ଭିଡ଼!
ସୋରଡ଼ା ତହସିଲରେ ରାଜସ୍ବ ମେଳାବଣ୍ଟାଗଲା ଏକ ହଜାରରୁ ଉର୍ଦ୍ଧ୍ବ ପଟ୍ଟା!ପରିଲକ୍ଷିତ ହେଲା ଖଚାଖଚ ଭିଡ଼!

ସୋରଡ଼ା/ ବଡ଼ଗଡ଼ (ଏନ୍.ନୀଳମାଧବ ପାତ୍ର): ସ୍ଥାନୀୟ ସୋରଡ଼ା ତହସିଲ କାର୍ଯ୍ୟାଳୟରେ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ଵାବଧାନରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଥିଲା । ଏହାକୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଉଦଘାଟନ କରିଥିଲେ । ସୂଚନା ଅନୁଯାୟୀ, ଏଥିରେ ମୋଟ ୯ ଗୋଟି ରାଜସ୍ବ ମଣ୍ଡଳର ପ୍ରାୟ ୨୭୦ ଖଣ୍ଡ ଗ୍ରାମର ଗ୍ରାମକଣ୍ଠ ଓ ଆର୍. ଭି. ପି. ( ଘାଇ ପଟ୍ଟା ) ଯଥାକ୍ରମେ ବଡ଼ଗଡ଼ର ୮୦, ସୋରଡ଼ାର ୭୪, ଉଭୟ ସରାବାଡି ଓ ଅମୃତୁଲୁର ୮୦୦, ଏକଲପୁରର ୧୬, ବୋରଦାର ୧୪, ଅସୁରବନ୍ଧର ୧୩, ଗାଜଲବାଡିର ୧୮, ଲାଠିପଡ଼ାର ୧୬ ପଟ୍ଟା ପ୍ରଦାନ କରାଯାଇଥିଲା । ଆହୁରି କିଛି କିଛି ଗାଁକୁ ଏଯାବତ୍ ସେମାନଙ୍କ ପଟ୍ଟା ବଣ୍ଟାଯାଇ ପାରିନାହିଁ ବୋଲି କିଛି ଗ୍ରାମବାସୀ ପ୍ରକାଶ କରିବା ସହ ଆର୍. ଇ. ମଣ୍ଡଳ ଅନୁସାରେ କାଉଣ୍ଟର କରି ପ୍ରଦାନ କରିଥିଲେ ଖଚାଖଚ ଭିଡ଼କୁ ବେଶ୍ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ ଏକ କର୍ମଚାରୀଙ୍କୁ ପଚାରିବାରୁ ସେ ପୁଲିସ ଥିବା ସତ୍ତ୍ବେ ପରିଲକ୍ଷିତ ଭିଡ଼ ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିବା ସହିତ ପଟ୍ଟା ପାଇନଥିବା ଲୋକଙ୍କୁ ଆସନ୍ତା ସପ୍ତାହ ଆଡ଼କୁ ପର୍ଯ୍ୟାୟକ୍ରମେ ସେମାନଙ୍କ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଦ୍ବାରା ସୂଚନା ଦେଇ ପୁନଃ ବଣ୍ଟନ କରାଯିବ ବୋଲି କହିଥିଲେ ।

ଏଥିରେ ସ୍ଥାନୀୟ ଏନ୍. ଏ. ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା,ଉପାଧ୍ୟକ୍ଷ ଭାଗ୍ୟଲତା ଡାକୁଆ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅମୂଲ୍ୟ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ମହାଙ୍କୁଡ, ଦଳୀୟ ସଭାପତି ବସନ୍ତ ସ୍ୱାଇଁ ଆଦି ଉପସ୍ଥିତ ଥିଲେ । ରେକର୍ଡ ରକ୍ଷକ ଦାମୋଦର ଅଧିକାରୀ, ବରିଷ୍ଠ ରାଜସ୍ବ କିରାଣୀ ବସନ୍ତ ବେହେରା ସମେତ ଅନ୍ୟ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।