You are currently viewing ସେବାକାର୍ଯ୍ୟ କରି ରଜ ପର୍ବ ପାଳନ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପରିବାର ।
ସେବାକାର୍ଯ୍ୟ କରି ରଜ ପର୍ବ ପାଳନ କଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପରିବାର ।

କଟକ : ଓଡିଆ ଗଣପର୍ବ ରଜକୁ ଖୁସୀ ଓ ଆନନ୍ଦରେ ସାରା ଓଡିଶାବାସୀ ପାଳନ କରିଥାନ୍ତି l ଭଗବାନଙ୍କ ବିଚାର କାହା ପାଇଁ କଣ କିଏ ଜାଣିଛି ଯିଏ ସର୍ବସ୍ୱ ହରାଇଛି ତା ପାଇଁ ରଜ କଣ ? ଏହିପରି ଏକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ କରିଲୋପାଟଣା ପଞ୍ଚାୟତର ମଲ୍ଲକୁଦ ଗ୍ରାମର ସୁଷମା ମଲ୍ଲ l ଗତ କିଛି ବର୍ଷ ହେବ ସ୍ୱାମୀ ଆରପାରିକୁ ଚାଲି ଗଲେଣି, ତାଙ୍କର ସନ୍ତାନ ନାହାଁନ୍ତି l ନା ତାଙ୍କୁ ବିଧବା ଭତ୍ତା ମିଳୁଛି ନା ତାଙ୍କର ରାସନ ମିଳୁଛି ତେବେ ସୁଷମା ମଲ୍ଲ ଚଳିବେ କିପରି ? ଏହିପରି ପରିସ୍ଥିତି ରେ ଗଣ ପର୍ବ ରଜ ତାଙ୍କ ପାଇଁ ଦୁଃଖ ର ନିତିଦିନିଆ ପର୍ବ ବୋଲି କାନ୍ଦି କାନ୍ଦି କୁହନ୍ତି ସୁଷମା l ଏହିପରି କିଛି ଖବର ପାଇବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମୀ ମାନେ ସୁଷମାଙ୍କ ପାଇଁ ଏକ ମାସର ରାସନ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ଓ ମିଷ୍ଟାନ୍ନ ନେଇ ପହଞ୍ଚିଥିଲେ l ଜଗନ୍ନାଥପ୍ରେମୀ ସୁଷମା ଆନନ୍ଦ ରେ କହିଥିଲେ କି ମୋ ଦୁଃଖ ଜଗାକୁ ଜଣାଇଥିଲି, ଜଗା ତାର ପିଲା ଙ୍କ ଦ୍ୱାରା ମୋ ଜୀବନ ଚଳିବା ପାଇଁ ସବୁ ଜିନିଷ ଦେଇଛନ୍ତି l କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ମହାନ୍ ସମାଜସେବୀ ଦମନ ମହାନ୍ତି,କାଳନ୍ଦୀ ମଲ୍ଲିକ,ନିଗମ ସାହୁ,ହୃଷିକେଶ ମହାନ୍ତି ଓ ବିଜୟ ବେହେରା ସାମିଲ ଥିଲେ l