ଖାଲ୍ଲିକୋଟ :2/4 ଗଞ୍ଜାମ ଜିଲ୍ଲା ରମ୍ଭା ରାଜପ୍ରସାଦ ରେ ଏକ ତାରକା ହୋଟେଲ କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ରେ ଉଦଘାଟନ କରିଛନ୍ତି |ଶୁଭେ ଭେଂଚାର ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଦ୍ୱାରା ପ୍ରାୟୋଜିତ ଏହି ତାରକା ହୋଟେଲ କୁ ସୋମବାର ଦିନ ଉଦଘାଟନ ହୋଇଥିଲା |ମୁଖ୍ୟମନ୍ତ୍ରୀ ଙ୍କ ଆଭାସୀ ରେ କମ୍ପାନୀ ର ମାଲିକ ହିମାଗିନି ସିଂ ଓ କରନ ସିଂ ଉପସ୍ଥିତ ଥିଲେ |ଓଡିଶା ଏକତ୍ରିକରଣ ର ଏନ୍ତୁଡ଼ିଶାଳ ତଥା ଖଲ୍ଲିକୋଟ ମର୍ଦରାଜ ପରିବାର ଅଭୁଲା ସ୍ମୃତି ରମ୍ଭା ରାଜପ୍ରସାଦ ରେ ଏହି କମ୍ପାନୀ ରାଜପ୍ରସାଦ ର ସମସ୍ତ ପାରମ୍ପରିକ ଓ ଐତିହାସିକ ହେରିଟେଜ କୁ ଅକ୍ଷୁର୍ଣ୍ଣ ରଖି ଆବଶ୍ୟକ ପୁନଃ ଉଦ୍ଧାର କରି ଏହି ଭବ୍ୟ ରାଜପ୍ରସାଦ ରେ ଯୋଗ, ସ୍ପା, ଓ ପରିବେଶ ପର୍ଯ୍ୟଟନ ର ବିକାଶ ସାଙ୍ଗକୁ ଆଗନ୍ତୁକ ଅତିଥି ମାନଙ୍କୁ ନୀଳ ଜଳରାଶି ଚିଲିକା ଶୋଭନୀୟ ଚିତ୍ର କୁ ଜାତୀୟ ଓ ଅନ୍ତର୍ଜାତୀୟ ପର୍ଯ୍ୟଟକ ମାନଙ୍କୁ ଭର ପୁର ମଜ୍ଜା ନେବାର ସୁଯୋଗ ଦେବା ସହ ଚିଲିକା ର ଡ଼ଙ୍ଗା ଚାଳକ ମାନେ ଉକ୍ତ ହୋଟେଲ କୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଦ୍ୱାରା ଆର୍ଥିକ ସୁବିଧା ପାଇବେ |ଵର୍ତମାନ ଏହି ହୋଟେଲ ଦଶ ଜଣ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରିଛି |ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଚିଲିକା ରୁ ଉତ୍ପାଦିତ ମାଛ କଙ୍କଡା ଚିଙ୍ଗୁଡ଼ି ରୁ ଖାଦ୍ୟ ପ୍ରସ୍ତୁତ କରି ପରଷିବା ର କାର୍ଯ୍ୟକ୍ରମ ସ୍ଥିର ହୋଇଛି |ସର୍ବୋପରି ଚିଲିକା ରୁ ହଜି ଯାଉଥିବା ବିରଳ ପ୍ରଜାତି ଜୀବ ମାନଙ୍କୁ ଖୋଜି ବାହାର କରିବା ପାଇ ଗବେଷଣା କରାଯିବ ବୋଲି ସୂଚନା ଦେଇଥିଲେ |ସ୍ବର୍ଗତ ଭି ସୁଜ୍ଞାନୀ କୁମାରୀ ଦେଓ ଙ୍କ ସହ ଏହି କମ୍ପାନୀ 30 ବର୍ଷ ପାଇ ଚୁକ୍ତି ସ୍ଵାକ୍ଷରିତ କରି ହୋଟେଲ ଆରମ୍ବ ହୋଇଛି |ଉକ୍ତ ପ୍ରସାଦ ର ସ୍ଥିତବସ୍ଥା ରେ କୌଣସି ଢାଞ୍ଚାଗତ ପରିବର୍ତନ କରି ହୋଟେଲ କୁ ପ୍ରସ୍ତୁତି କରାଯିଇଛି | ଓଡିଶା ର କଳା ସଂସ୍କୃତି ଓ ଐତିହାସିକ ସ୍ଥିତି କୁ ବଜାୟ ରଖି ପବିତ୍ର ଉତ୍କଳ ଦିବସ ରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି |

ତେବେ ହୋଟେଲ ଉଦଘାଟନ ଭାଷଣ ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଖାଲ୍ଲିକୋଟ ରାଜ ପରିବାର ର ତ୍ୟାଗ ନିଷ୍ଟା ଓ ସ୍ବର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓ ଓ ରାଜା ହରିହର ଓ ରାମଚନ୍ଦ୍ର ମାର୍ଦରାଜ ପରିବାର ର ଏହି ପ୍ରସାଦ ସ୍ମୃତି ବିଜଡିତ କୌଣସି ସୂଚନା ନ ଦେବା ଫଳରେ ସାଧାରଣ ରେ ଏ ନେଇ ଆଲୋଚନା ଜୋର ଧରିଛି |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )
