You are currently viewing ଟି ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।
ଟି ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ।

ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତରେ ଚାଲିଥିବା ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ଜନ ସଚେତନତା କାର୍ଯ୍ୟକ୍ରମ ଅବସରରେ ଆଜି ଟି ଗୋବିନ୍ଦପୁର ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ଟି ଗୋବିନ୍ଦପୁର ସରପଞ୍ଚ ଶ୍ରୀମତୀ କବିତା ଗମାଙ୍ଗଙ୍କ ପ୍ରତିନିଧି ମଙ୍ଗଳା ଗମାଙ୍ଗଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଏବଂ ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଯୋଗଦେଇ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଜନମଙ୍ଗଳ ଏବଂ ଯୁଗାନ୍ତକାରୀ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଯୋଜନା ହିତାଧିକାରୀଙ୍କୁ ସଚେତନା କରାଇବା ସହ ଘରେ ଘରେ ଏହି ବିକାଶର ବାର୍ତ୍ତା ପହଞ୍ଚାଇବା ନେଇ ସ୍ପଷ୍ଟ କରିଥିଲେ । ସମ୍ପ୍ରତି ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ପଞ୍ଚାୟତ ସ୍ତରରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ, ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ବିଭିନ୍ନ ଗୋଷ୍ଠୀଭିଭିକ ଆବଶ୍ୟକୀୟ ପ୍ରକଳ୍ପ, ମିଶନଶକ୍ତି ଗୃହ, ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତତ କରି ବିଭିନ୍ନ ପଦକ୍ଷେପ ନିଆ ଯାଉଥିବାରୁଏହି ସମସ୍ତ ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ସରପଂଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ଉପସ୍ଥିତ ରହି ମହିଳା ମଣ୍ଡଳୀଙ୍କୁ ଆହ୍ଵାନ ଦେଇଥିଲେ ।

ବାରଶହରୁ ଉର୍ଦ୍ଧ ମହିଳାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସମାବେଶରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଉପାଦେୟତା ସହ ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡ଼ିକୁ ବିଶାଳ ଏଲସିଡି ପରଦାରେ ପ୍ରଦର୍ଶନ ପୂର୍ବକ ଟି ଗୋବିନ୍ଦପୁର ପଞ୍ଚାୟତରେ ବିଗତ ସାତ ବର୍ଷରେ କରାଯାଇଥିବା ଗଠନ ମୂଳକ ଭିତିଭୂମି ବିକାଶ କାର୍ଯ୍ୟ ସହ ପଞ୍ଚାୟତ ବିକାଶ ପୁସ୍ତିକା ବଣ୍ଟନ କରି ସଚେତନା କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ୍ ସ୍ତରୀୟ ଅଧିକାରୀ , ସ୍ବାସ୍ଥ୍ୟ ବିଭାଗ , ମିଶନ ଶକ୍ତି କର୍ମକର୍ତ୍ତା ଏବଂ ଅଙ୍ଗନବାଡ଼ି କର୍ମୀ ସମୂହ ଙ୍କ ସହ ସ୍ଵୟଂ ସହାୟିକା ମହିଳା ଗୋଷ୍ଠି ମହିଳା ସମୂହ ଉପସ୍ଥିତ ରହି ବିଭାଗୀୟ ସଚେତନତା ପାଇଁ ପ୍ରଦର୍ଶନ ଷ୍ଟଲ୍ ଖୋଲିଥିଲେ I

କାର୍ଯ୍ୟକ୍ରମରେ ସମିତି ସଭ୍ୟ ଉବି ଦଳେଇ ୫୯ ଜୋନର ଜିଲ୍ଲାପରିଷଦ ବିଜୟ କୁମାର ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରି ରାମ ପ୍ରସାଦ ପୃଷ୍ଟି , କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେହେରା, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।