You are currently viewing ଗଞ୍ଜାମବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭେଟି
ଗଞ୍ଜାମବାସୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଭେଟି

ଗୋପାଳପୁରରେ ଆୟୋଜିତ ପଲ୍ଲୀଶ୍ରୀ ମେଳାର ସମୟସୀମା ଦୁଇ ଦିନ ବୃଦ୍ଧି

ଗ୍ରାମୀଣ ଭାରତର ବିବିଧତା ଓ ସାମର୍ଥ୍ୟ ମେଳାରେ ପ୍ରତିଫଳିତ

ଗୋପାଳପୁର ତା 31/01/2026
ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ଭେଟି। ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ଆୟୋଜିତ ପଲ୍ଲୀଶ୍ରୀ ମେଳା ପ୍ରତି ଜ଼ିଲ୍ଲାବାସୀଙ୍କ ଆଗ୍ରହ ଦେଖି ଏହାର ସମୟ ସୀମା ଆଉ ଦୁଇଦିନ ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପୂର୍ବରୁ ୨୭ ଜାନୁଆରୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଳାକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇ ରବିବାର ପର୍ଯ୍ୟନ୍ତ ଚାଲୁରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏ ବର୍ଷର ପଲ୍ଲୀଶ୍ରୀ ମେଳା ଗ୍ରାମୀଣ, ପାରମ୍ପରିକ ଓ ଦେଶଜ ପଣ୍ୟଦ୍ରବ୍ୟର ଆକର୍ଷଣୀୟ ପ୍ରଦର୍ଶନ ପାଇଁ ବିପୁଳ ଲୋକପ୍ରିୟତା ହାସଲ କରିଛି।

ମେଳାର ସମୟସୀମା ବୃଦ୍ଧି ଦ୍ୱାରା ଲୋକ ମାନେ ଅଧିକ ସାମଗ୍ରୀ କ୍ରୟ କରିବେ ଫଳରେ ସ୍ୱୟଂସହାୟକ ଗୋଷ୍ଠୀ, ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କୁ ଅଧିକ ଆର୍ଥିକ ପ୍ରୋତ୍ସାହନ ମିଳିବ।

ଏହି ମେଳାରେ ଦେଶର ବିଭିନ୍ନ ଅଞ୍ଚଳର ପଣ୍ୟଦ୍ରବ୍ୟ ପ୍ରଦର୍ଶିତ ହେଉଥିବାବେଳେ ଓଡ଼ିଶାର ହସ୍ତଶିଳ୍ପ, ଜୈବିକ ଉତ୍ପାଦ, ପାରମ୍ପରିକ ସାମଗ୍ରୀ ସହିତ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବିଭାଗର ନିଆରା ପଦକ୍ଷେପ ଓ ବିବିଧ ସୂଚନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୨୫୦ଟି ଷ୍ଟଲ୍ ମାଧ୍ୟମରେ ଗ୍ରାମୀଣ ଭାରତର ବିବିଧତା ଓ ସରକାରଙ୍କ ସାମର୍ଥ୍ୟ ପ୍ରତିଫଳିତ ହେଉଛି।