You are currently viewing ବେଗୁନିଆପଡା ପଞ୍ଚାୟତ ସମିତିର ତୃତୀୟ ବୈଠକ ଅନୁଷ୍ଠିତ
ବେଗୁନିଆପଡା ପଞ୍ଚାୟତ ସମିତିର ତୃତୀୟ ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ପଞ୍ଚାୟତ ସମିତିର ମର୍ଦ୍ଦରାଜ୍ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟିକା ଯୋଗଦେଇ ସମସ୍ତେ ଜନପ୍ରତିନିଧି ଓ ପ୍ରସାଶନିକ ଅଧିକାରୀଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ।

ଏହା ପରେ ଅଧ୍ୟକ୍ଷା ରେଣୁ ଗୌଡ଼ , ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀଙ୍କୁ ସଭା କାର୍ଯ୍ୟ ପରିଚାଳନା କରିବା ପାଇଁ ଦାୟୀତ୍ବ ଦେଇଥିଲେ। ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ମୁଗ ବିରି ଓ ଚିନାବାଦାମ ବିହନ ବଣ୍ଟନରେ ଜନପ୍ରତିନିଧି ମାନଙ୍କୁ ଅଣ ଦେଖା କାରା ଯାଉଥିବା ନେଇ ଅନେକ ସମିତିସଭ୍ୟ ସରପଞ୍ଚ ଅଭିଯୋଗ କରିଥିଲେ।ପାନୀୟ ଜଳ ପ୍ରକଳ୍ପ ଗୁଡିକ ସଠିକ୍ ଭାବେ କାର୍ଯ୍ୟ କାରୀ ହେଉନଥିବା ନେଇ ସରପଞ୍ଚ ମାନେ ଅଭିଯୋଗ କରିଥିଲେ। ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ନେଇ ପ୍ରଶ୍ନରେ ବିଇଓ କହିଲେ କି ବର୍ତ୍ତମାନ ରାଜ୍ୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇବେ ଏହାପରେ ଆମର ଶିକ୍ଷକ ଅଭାବ ରହିବ ନାହିଁ।ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ ବଣ୍ଟନରେ ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା।

ପ୍ରତି ପଞ୍ଚାୟତରେ ଖୋଲା ଯାଇଥିବା ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଠିକ୍ ଭାବେ କର୍ଯ୍ୟ କରୁନଥିବା ଅଭିଯୋଗ ହୋଇଥିଲା। BSKY ନବିନ କାର୍ଡରେ ପଞ୍ଜିକର କରିବା ପାଇଁ ସଚେତନତା ସୃଷ୍ଟି କରାଯିବା ପାଇଁ ଆଲୋଚନା ହୋଇଥିଲା। ୧୭୦୦ ଏସଏଚଜି କୁ ବ୍ୟାଙ୍କ୍ ରୁ ଲୋନ ଦିଆ ଯାଇଛି। କେତେକ ଅଙ୍ଗନବାଡି କେନ୍ଦ୍ରରେ କ୍ବାରେନ୍ ଟାଇମ ସମୟରେ ବିଦ୍ୟୁତ୍ ବିଲ୍ ବକୟା ଥିବା ନେଇ ଆଲୋଚନା ସହ ଏହାର ସମାଧାନ ପାଇଁ ପଦକ୍ଷପ ନେବାକୁ ଆଲୋଚନା ହୋଇଥିଲା। ଅଙ୍ଗନବାଡି କର୍ମୀମାନେ ଠିକ୍ ଭାବେ ପାଠ ପଢାଉ ନଥିବା ନେଇ ଜନପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ମାଛ ଚାଷ ବିସୟରେ ଜନପ୍ରତିନିଧି ମାନଙ୍କୁ ଜଣା ନ ଯାଉଥିବା ଅଭିଯୋଗ ହୋଇଥିଲା।ଯୋଜନା ଅର୍ଥ ଦାରିଦ୍ର ଦୁରି କରଣ ,ଶିଶୁ ବିକାଶ ଓ ମିଶନ ଶକ୍ତି,କୃଷି ପଷୁପାଳନ ମୁର୍ତ୍ତିକା ସଂରକ୍ଷଣ,ନୀର୍ମାଣ ଜଳସେଚନ ବିଦ୍ୟୁତ୍ ପାନୀୟ ଜଳ ଯୋଗଣ,ସ୍ବାସ୍ଥ୍ୟ ସମାଜ କଲ୍ୟାଣ ମହିଳା ଓ ଶିଶୁ କଲ୍ୟାଣ,ସଧାରଣ ବଣ୍ଟନ ଜଙ୍ଗଲ ଗୋଖାଦ୍ୟ ଦୁର୍ବଳ ଶ୍ରେଣୀ ,କ୍ରୀଡା ଓ ସାଂସ୍କୃତିକ ଆଦି ବିଷୟରେ ସାତୋଟି କମିଟି ଗଠନ କରାଯାଇଥିଲା । ବ୍ଳକର କାଳୀମେଘି ସରପଞ୍ଚ ମହିଳା ସଶକ୍ତ କରଣ କାର୍ଯ୍ୟକ୍ରମ ରେ ଦିଲ୍ଲୀ ଗସ୍ତ କରିଥିବା,ମିଶନ ଶକ୍ତି ପକ୍ଷରୁ ଛବିତା ପଲାଇ ଦୁବାଇ ଯିବା ସହ ବିଷ୍ଣୁପ୍ରିୟା ସାହୁ ସଫଳ ଆସା ଭାବେ ସିଙ୍ଗାପୁର ଯିବା ପାଇଁ ଚୟନ ହୋଇଥିବାରୁ ଉକ୍ତ ଗୃହରେ ବିଧାୟିକା ତାଙ୍କୁ ସମ୍ମାନିତ କରିବା ସହ ଧନ୍ୟ ଦେଇଥିଲେ। ପରି ସେଷରେ ଜୟ ଜଗନ୍ନାଥ ଅର୍ପଣ ରଥକୁ ସମ୍ମାନର ସହ ଦାୟୀତ୍ବ ନେଇ ପରିକ୍ରମା କରିଥିବାରୁ ବିଧାୟିକା ସମସ୍ତଙ୍କୁ ଧନ୍ୟ ବାଦ ଦେଇଥିଲେ।ଏହି ବୈଠକରେ ଉପାଧ୍ୟକ୍ଷ ସୁଧାକର ପ୍ରଧାନ ,ଏବିଡିଓ ନିରଞ୍ଜନ ବେହେରା,ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼,ଆତ୍ମା ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ,ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ,ଜିପିଡିଓ ଅଶୋକ କୁମାର ଜେନା,ବିଇଓ ରୁଦ୍ର ନାରାୟଣ ସାହୁ,ବିଏଓ ରାମଲାଲ ସାମଦ,ଡାକ୍ତର ସଞ୍ଜୟ କୁମାର ସାହୁ,ଏଫଇଓ ଜ୍ୟୋତିରଞ୍ଜନ ପ୍ରଧାନ,ଏମଆଇ କନିଷ୍ଠଯନ୍ତ୍ରୀ ଏ.ସିମାଞ୍ଚଳ ରେଡୀଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ,ସରପଞ୍ଚ ସମିତିସଭ୍ୟସଭ୍ୟା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ପରିସେଶରେ ଅଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।