ଧରାକୋଟ,17/4/24
ଓଡିଶା ବରପୁତ୍ର, କିମ୍ବଦନ୍ତୀ ପୁରୁଷ,ଝଡ଼ର ଇଗଲ ତଥା ଜନନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସତାଇସ ତମ ଶ୍ରାଦ୍ଧ ଦିବସ ଆଜି ଧରାକୋଟ ରଜବାଟି ପରିସରରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ବି ଜେ ଡି ସଭାପତି ସଞ୍ଜୟ ପାତ୍ର ଙ୍କ ସମେତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନେ ଯୋଜଦେଇଥିଲେ । ଏହି ଅବସରରେ ବିଜୁ ବାବୁଙ୍କର ଦେଶ ଓ ରାଜ୍ୟ ପାଇଁ ତ୍ୟାଗ,ବଳିଦାନ ସହ ରାଜ୍ୟର ପ୍ରଗତିରେ ରହିଥିବା ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଆଲୋଚନା ହୋଇଥିଲା। ତାଙ୍କରି ଆଦର୍ଶରେ ଅନୁପ୍ରାଣୀତ ହେବା ପାଇଁ ସମସ୍ତେ ଶପଥ ନେଇଥିଲେ ।
